www.samajalive.in
Monday, December 8, 2025
24.1 C
Bhubaneswar

ସମାଜ ପ୍ରତିନିଧିଙ୍କ ପିତୃ ବିୟୋଗ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ସମାଜ ପ୍ରତିନିଧି ଭାବରେ କାର୍ୟ୍ୟ କରୁଥିବା ଖଗେଶ୍ବର ମେର୍ଲ୍ଲୀଙ୍କ ପିତା ବରିଷ୍ଠ କଳାକାର ଅରକ୍ଷିତ ମେଳ୍ଲୀ( ୬୯)ଙ୍କ ରବିବାର ଦିନ ବଲାଙ୍ଗୀର ସ୍ଥିତ ଭୀମ ଭୋଇ ମେଡ଼ିକାଲ କଲେଜ ହସପିଟାଲରେ ଦେହାନ୍ତ ହୋଇଯାଇଛି। ସେ ଘରୋଇ ଚିକିତ୍ସା କରୁଥିଲେ। ମଙ୍ଗଳବାର ଦିନ ଅଧିକ ସ୍ବାସ୍ଥ୍ୟ ବସ୍ଥାରେ ଅବନତି ଘଟିବାରୁ ବଲାଙ୍ଗୀର ଡାକ୍ତରଖାନାର ଭର୍ତ୍ତି କରାଯାଇଥିଲା। ପିଲାଟି ସମୟରୁ କଛାରପାଲିର ଶ୍ରୀରାମଳିଲା ସହ ବିଭିନ୍ନ ଦଣ୍ଡନୃତ୍ୟରେ ଅଭିନୟ କରି ବେଶ ସୁନାମ ଅର୍ଜନ କରିଥିଲେ। ଏକମାତ୍ର ପୁଅ ଖଗେଶ୍ବର ଓ ଦୁଇ ଝିଅ କବିତା, ଅଷ୍ଟମୀ, ଜ୍ୱାଇଁ ପରିବାର ଲୋକେ ମୃତ୍ୟୁ ସମୟରେ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ମରଶରୀର ନିଜ ଗାଁ ଦେଓଗାଁ କଛାରପାଲିକୁ ପହଞ୍ଚିବା ପରେ ବନ୍ଧୁ ବାନ୍ଧବ,ପରିବାର ବର୍ଗ ସହ ଗାଁ ଲୋକମାନେ ଶେଷ ଦର୍ଶନ କରିଥିଲେ। ଶବାଧାରରେ ଶତାଧିକ ଲୋକ ସାମିଲ ହୋଇ ଶୋକ ସନ୍ତପ ପରିବାରକୁ ସମବେଦନା ଦେଇଥିଲେ। ରବିବାର ଦେଓଗାଁ ସୋନଗଡ଼ ନଦୀରେ ଶେଷ କୃତ୍ୟ କରାଯାଇଥିଲା। ଏକମାତ୍ର ପୁଅ ଶେଷଦେବ ମୁଖାଗ୍ନୀ ଦେଇଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories