www.samajalive.in
Monday, December 8, 2025
27.1 C
Bhubaneswar

ଗାଧୁଆ ଘରେ ଏସବୁ ରଖୁଥିଲେ, ସାବଧାନ..

ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁ ନିୟମର ପାଳନ କରିବା ଦ୍ୱାରା ସଭିଁଙ୍କ ଜୀବନରେ ସୁଖ ଓ ସମୃଦ୍ଧି ପ୍ରବେଶ କରିଥାଏ। ସେହିପରି ବାସ୍ତୁ ନିୟମର ସଠିକ୍‌‌ ଭାବେ ପାଳନ ନକରିବା ଦ୍ୱାରା ବ୍ୟକ୍ତି ଚିନ୍ତିତ ରହିବା ସହ ଜୀବନରେ ସମସ୍ୟା ଲାଗି ରହିଥାଏ। ଘରେ ଥିବା ବିଭିନ୍ନ କକ୍ଷ ମଧ୍ୟରୁ ଗାଧୁଆଘର ପାଇଁ କିଛି ସ୍ୱତନ୍ତ୍ର ବାସ୍ତୁ ନିୟମ ରହିଛି। ଯାହାର ପାଳନ କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ। ତେବେ ଗାଧୁଆ ଘରେ ଏପରି କେତେକ ଜିନିଷ ରଖିବା ଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଜାଣନ୍ତୁ..

ଗାଧୁଆ ଘରେ କଦାପି ଓଦା ଲୁଗା ପକାଇ ରଖନ୍ତୁ ନାହିଁ। ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ତେଣୁ ଗାଧୁଆ ଘରେ କଦାପି ଓଦା ଲୁଗା ରଖନ୍ତୁ ନାହିଁ।

- Advertisement -

ଗାଧୁଆ ଘରେ କଦାପି ଛିଣ୍ଡା ଚପଲ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜାତକରେ ଶନି ଗ୍ରହଙ୍କ ସ୍ଥିତି ଦୁର୍ବଳ ହୋଇଥାଏ। ଜୀବନରେ ସମସ୍ୟା ଲାଗି ରହିଥାଏ। ମା’ଲକ୍ଷ୍ମୀ ମଧ୍ୟ ଅସନ୍ତୁଷ୍ଟ ହୋଇଥାଆନ୍ତି।

ଗାଧୁଆ ଘରେ କଦାପି ଭଙ୍ଗାରୁଜା ପ୍ଲାଷ୍ଟିକ ଜିନିଷ ରଖନ୍ତୁ ନାହିଁ। ଏହାଦ୍ୱାରା ଜୀବନରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଗାଧୁଆ ଘରେ ଭଙ୍ଗା ବାଲତି, ମଗ ଆଦି ରଖନ୍ତୁ ନାହିଁ। ଏହାକୁ ତୁରନ୍ତ ଫିଙ୍ଗି ଦିଅନ୍ତୁ।

ଅଧିକାଂଶ ସମୟରେ ଯୁବତୀ,ମହିଳା ଗାଧୋଇବା ପରେ କେଶ ସଫା ପରେ ଛିଣ୍ଡି ଥିବା କେଶ ସେଠାରେ ପକାଇ ଦେଇଥାଆନ୍ତି। ଏହାଦ୍ୱାରା ଜୀବନରେ ଅନେକ ସମସ୍ୟା ସହ ଅସଫଳତା ଲାଗି ରହିଥାଏ।

ଗାଧୁଆ ଘରେ ଭଙ୍ଗା ଆଇନା ରଖନ୍ତୁ ନାହିଁ। ଏହାକୁ ଅଶୁଭ କୁହାଯାଏ। ଭଙ୍ଗା ଆଇନା ତୁରନ୍ତ ଫିଙ୍ଗି ଦିଅନ୍ତୁ। ନଚେତ୍‌‌ ଆର୍ଥିକ ସମସ୍ୟା ଲାଗି ରହିଥାଏ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories