www.samajalive.in
Tuesday, December 9, 2025
17.1 C
Bhubaneswar

ରାଜଧାନୀ ଅଭିମୁଖେ ହଜାର ହଜାର ଚାଷୀଙ୍କ ପଦଯାତ୍ରା ; ସୋମବାର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ଭୁବନେଶ୍ୱର : ଚାଷୀଙ୍କୁ ପ୍ରାଇସ , ପ୍ରେଷ୍ଟିଜ ଓ ପେନସନ ଦାବିରେ ନବ ନିର୍ମାଣ କୃଷକ ସଂଗଠନର ହଜାର ହଜାର ଚାଷୀ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ମିଳିଥିବା ସୂଚନା ଅନୁସାରେ ୩୦ଟି ଜିଲାରୁ ପ୍ରାୟ ୩୦ ହଜାର ରୁ ୪୦ ହଜାର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ନବ ନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାରଙ୍କ କହିବା ଅନୁସାରେ ଆନ୍ଦୋଳନକୁ ଦୁର୍ବଳ କରିବା ପାଇଁ ବିଭିନ୍ନ ସ୍ଥାନରେ ଚାଷୀ ମାନଙ୍କୁ ଗିରଫ କରାଯାଉଛି।
ସୋମବାର ନବନିର୍ମାଣ କୃଷକ ସଂଗଠନ ଚାଷୀମାନଙ୍କୁ ନେଇ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବ। ଭୁବନେଶ୍ୱର ଲୋୟର ପିଏମଜି ଠାରେ ଆନ୍ଦୋଳନକୁ ତୀବ୍ରତର କରାଯିବ। ପରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ। ଫସଲ ନଷ୍ଟ ହେବାଫଳରେ ଚାଷୀମାନେ ଉଚିତ ମୂଲ୍ୟ ପାଇ ପାରୁନାହାନ୍ତି। ଅନେକ ସମୟରେ ଅଭାବୀ ବିକ୍ରି ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେଉଥିବାରୁ ପୁଲିସ ଚାଷୀମାନଙ୍କୁ ବାଟରେ ଅବରୋଧ କରିବାରେ ଲାଗିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ଚାଷୀ ଆନ୍ଦୋଳନରେ ସରକାର ଭୟଭୀତ ହୋଇଥିବାରୁ ଏପରି କରୁଥିବା ସଂଗଠନ କହିଛି। କେନ୍ଦୁଝରରୁ ବହୁ ସଂଖ୍ୟାରେ ମହିଳା କୃଷକ ଆସୁଥିବା ସମୟରେ ରେଳ ଷ୍ଟେନରେ ସେମାନଙ୍କୁ ପୁଲିସ ଅଟକାଇଥିବା ଆବାହକ ଅକ୍ଷୟ କୁମାର କହିଛନ୍ତି। ସେହିପରି କୁଆଖିଆରୁ ଶୋଭାଯାତ୍ରା ଆରମ୍ଭ ହୋଇଥିବା ସମୟରେ ମଧ୍ୟ ପୁଲିସ ସେମାନଙ୍କୁ ଅଟକାଇଥିବା ଅକ୍ଷୟ କହିଛନ୍ତି। କୁଆଖିଆରୁ ଆରମ୍ଭ ହୋଇଥିବା ଆନ୍ଦୋଳନରେ ଆବାହକ ଅକ୍ଷୟ କୁମାର, ଶିଶିର କୁମାର ସାମଲ, ଶଶଦେବ ନନ୍ଦ, ନିମାଇ ରାୟ, ରଶ୍ମୀରଞ୍ଜନ ବିଶ୍ୱାଳ ପ୍ରମୁଖ ନେତୃତ୍ୱ ନେଇଛନ୍ତି। ସେହିପରି ବାଲୁଗାଁରୁ ୧୮ଟି ଜିଲାର ଚାଷୀ ରାଜଧାନୀ ଅଭିମୁଖେ ବାହାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories