www.samajalive.in
Monday, December 8, 2025
27.1 C
Bhubaneswar

ମାର୍ଚ୍ଚ ପ୍ରଥମ ସପ୍ତାହରୁ ସିଏଚ୍‍ଏସ୍‍ଇ ଦ୍ୱାଦଶଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‍ଏସ୍‍ଇ) ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ତଥା ଦ୍ୱାଦଶ ଶ୍ରେଣୀ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବାର୍ଷିକ ପରୀକ୍ଷା ୨୦୧୯ ମାର୍ଚ୍ଚ ପ୍ରଥମ ସପ୍ତାହରୁ ଆରମ୍ଭ ହେବ। ଏଥିପାଇଁ ପରୀକ୍ଷା କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ନିକଟରେ ୨୦୧୯ ସରକାରୀ ଛୁଟି ତାଲିକା ପ୍ରକାଶ ପାଇଛି। ତେବେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ କେଉଁ ତାରିଖରେ ଘୋଷଣା ପରେ ପରୀକ୍ଷା କାର୍ଯ୍ୟସୂଚୀ ଘୋଷଣା କରାଯିବ। ଯଦି ନିର୍ବାଚନ ମାର୍ଚ୍ଚ ମାସରେ ନ ହୁଏ ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଯିବ ବୋଲି ସିଏଚ୍‍ଏସ୍‍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ସୂଚନା ଦେଇଛନ୍ତି। ମେଡ଼ିକାଲ୍‍ ଓ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ବିଭନ୍ନ ବୃତ୍ତିଭିତ୍ତିକ ପାଠ୍ୟକ୍ରମ ଅଧ୍ୟୟନ ପାଇଁ ଛାତ୍ରଛାତ୍ରୀ ଜାତୀୟସ୍ତରୀୟ ପ୍ରବେଶିକା ପରୀକ୍ଷା ଦେଉଛନ୍ତି।
ଜାତୀୟ ପ୍ରବେଶିକା ପରୀକ୍ଷା ଓ ନାମଲେଖା ପାଇଁ ଛାତ୍ରଛାତ୍ରୀ ଯେଭଳି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ରଖାଯାଇଛି। ଏଥିପାଇଁ ନିର୍ଦ୍ଧାରିତ ସମୟରେ ପରୀକ୍ଷା ପରିଚଳାନା ଓ ଫଳ ପ୍ରକାଶ ଲାଗି ପଦକ୍ଷେପ ନିଆଯାଇଛି ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ)ର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ମେ’ ୧୯ରେ ପ୍ରକାଶ ପାଇଥିଲା। ପରୀକ୍ଷାଫଳକୁ ନେଇ ଅସନ୍ତୋଷ ପ୍ରକାଶ କରିଥିବା ଛାତ୍ରଛାତ୍ରୀ ପୁନଃଯାଞ୍ଚ ଓ ପୁନଃମୂଲ୍ୟାୟନ ପାଇଁ ଜୁନ୍‍ ୪ ସୁଦ୍ଧା ଆବେଦନ କରିଥିଲେ। ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ୨୦୧୮ର ପୁନଃଯାଞ୍ଚ ଓ ପୁନଃମୂଲ୍ୟାୟନ ପରୀକ୍ଷାଫଳ ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କ ଉତ୍ତରଖାତାର ପୁନଃଯାଞ୍ଚ ଓ ପୁନଃମୂଲ୍ୟାୟନ ପରେ ନମ୍ବର ବଦଳିଛି କି ନାହିଁ ତାହା ସେମାନେ ପଢୁଥିବା କଲେଜରୁ ଜାଣିପାରିବେ। ଚଳିତ ବର୍ଷ ୧୪,୨୧୨ଜଣ ଛାତ୍ରଛାତ୍ରୀ ଉତ୍ତରଖାତାର ପୁନଃମୂଲ୍ୟାୟନ ଓ ପୁନଃଯାଞ୍ଚ ପାଇଁ ଆବେଦନ କରିଥିଲେ।

Hot this week

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

Related Articles

Popular Categories