www.samajalive.in
Sunday, December 7, 2025
15.1 C
Bhubaneswar

ବିପଦକୁ ଆମନ୍ତ୍ରଣ କରୁଛି ବିଶାଳ ଶୁଖିଲା ଗଛ; ଅଘଟଣ ପରେ ପ୍ରଶାସନର ନିଦ ଭାଙ୍ଗିବ ?

ଆଠଗଡ଼: ଆଠଗଡ଼ ନୂଆ ବସଷ୍ଟାଣ୍ଡ ନିକଟରେ ଦୀର୍ଘ ଦିନ ହେବ ଏକ ଶୁଖିଲା ଗଛ ଛିଡା ହୋଇ ସତେ ଅବା ଲୋକଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛି। ସମ୍ପୂର୍ଣ୍ଣ ନବୀକରଣ ପରେ ନୂଆ ବସଷ୍ଟାଣ୍ଡଟି ଗତ ୨୦୨୨ ଅକ୍ଟୋବର ୨୭ ତାରିଖରେ ଉଦଘାଟିତ ହେଲା । ସେତେବେଳେ ଏହି ବିରାଟକାୟ ଛତିଆନ ଗଛଟି ଶୁଖିଲା ଅବସ୍ଥାରେ ଥିଲା । ନୂଆ ବସଷ୍ଟାଣ୍ଡ ପାଚେରୀ ଓ ନିକଟସ୍ଥ ସୁଲଭ ଶୌଚାଳୟ ମଝିରେ ଥିବା ଉକ୍ତ ଗଛଟି ବସ ଓ ବସଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଥିବାବେଳେ ସେତେବେଳେ ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ଶୁଖିଲା ଗଛକୁ କାହିଁକି କାଟିଲେ ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରାୟ ୫୦ ବର୍ଷର ପୁରୁଣା ଛତିଆନ ଗଛଟି ପ୍ରାୟ ୨ ବର୍ଷ ପୂର୍ବରୁ ମରି ଶୁଖିବାକୁ ଆରମ୍ଭ ହୋଇଥିଲା। ଏବେ ସେଥିରୁ ସାମାନ୍ୟ ପବନରେ ବଡ ବଡ ଶୁଖିଲା ଡାଳ ଭାଙ୍ଗି ପଡୁଛି। ସେହି ବାଟ ଦେଇ ପ୍ରତିଦିନ ଶତାଧିକ ଲୋକ ଯିବାଆସିବା କରୁଛନ୍ତି। ତା’ ନିକଟରେ ଶୌଚାଳୟ, ବସଷ୍ଟାଣ୍ଡ ପାଚେରୀ, ଫାଟକ ଏବଂ ଅନେକ ଦୋକାନ ରହିଛି । ଯେହେତୁ ବର୍ତ୍ତମାନ ପ୍ରାୟତଃ ପଶ୍ଚିମାଝଡ଼ ସାଙ୍ଗକୁ କାଳବୈଶାଖୀ ପ୍ରଭାବରେ ଝଡତୋଫାନ ହେଉଛି ସେଥିରେ ଶୁଖିଲା ବଡ ଡାଳ ଅବା ଗଛ ଉପୁଡ଼ି ପଡ଼ିବାର ଆଶଙ୍କା ରହୁଛି। ଏପରି ଘଟିଲେ କେତେବେଳେ କାହାର ଜୀବନ ଯିବ ତାହା କହିବା ମୁସ୍କିଲ। ଏ ବାବଦରେ ଅଭିଯୋଗ କଲେ ମଧ୍ୟ ଶୁଣିବାକୁ କେହି ନାହାନ୍ତି। ଏହି ବିଶାଳକାୟ ଔଷଧୀୟ ଗଛଟିର ଛେଲିକୁ ବିଭିନ୍ନ ସମୟରେ ଲୋକମାନେ ନେଇ ନିଜ ରୋଗ ଆରୋଗ୍ୟ ପାଇଁ କାମରେ ଲଗାଇଥାନ୍ତି। ଗଛଟିର ଛେଲି ନଷ୍ଟ ହେବା ଏବଂ ବୟସାଧିକ କାରଣରୁ ଗତ ଏକ ବର୍ଷରୁ ଅଧିକ ଦିନ ହେଲାଣି ଗଛଟି ସମ୍ପୂର୍ଣ୍ଣ ମରି ଶୁଖିଲା ଛିଡା ହୋଇଛି। ଏ ସମ୍ପର୍କରେ ଆଠଗଡ଼ ପ୍ରଶାସନ ଓ ପୂର୍ତ୍ତ ବିଭାଗ ଦୃଷ୍ଟିଦେଇ ତୁରନ୍ତ ଗଛଟିକୁ କିପରି କଟାଯିବ ସେ ଦିଗରେ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories