www.samajalive.in
Wednesday, December 10, 2025
18.1 C
Bhubaneswar

ଆଣବିକ ଯୁଦ୍ଧାସ୍ତ୍ର ପ୍ରଦର୍ଶନ କଲେ କିମ୍‌ ଜଙ୍ଗ

ପୋଙ୍ଗୟାଙ୍ଗ : ଉତ୍ତର କୋରିଆ ଏହାର ଆଣବିକ ଯୁଦ୍ଧାସ୍ତ୍ରକୁ ବିଶ୍ବବାସୀଙ୍କ ଆଗରେ ପ୍ରଦର୍ଶନ କରିଛି। ଦେଶର ଶାସନ ମୁଖ୍ୟ କିମ୍ ଜଙ୍ଗ ଉନ୍‌ ଆଣବିକ ଯୁଦ୍ଧାସ୍ତ୍ରକୁ ପ୍ରଦର୍ଶନ ପୂର୍ବକ ଏହାର ଫଟୋ ଜାରି କରିଛନ୍ତି। ଫଟୋରେ କିମ୍ ଆଣବିକ ଯୁଦ୍ଧାସ୍ତ୍ରକୁ ଯାଞ୍ଚ କରୁଥିବା ଦେଖାଯାଇଛି। ଆଣବିକ ଯୁଦ୍ଧାସ୍ତ୍ରର ଫଟୋ ଜାରି କରି କିମ୍ ଚେତାଇ ଦେଇଛନ୍ତି ଯେ ଉତ୍ତର କୋରିଆ ଏହାର ପରମାଣୁ ଅସ୍ତ୍ର ତିଆରି ଯୋଜନାରୁ ଓହରି ନାହିଁ। ଉତ୍ତର କୋରିଆ ଆଣବିକ ଯୁଦ୍ଧାସ୍ତ୍ର ତିଆରିରୁ ଓହରି ଯାଇଥିବା ନେଇ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ ଦାବି କରିଆସଥିଲେ। ମାତ୍ର କିମ୍ ଆମେରିକାର ଏପରି ଦାବିକୁ ଭୁଲ୍ ପ୍ରମାଣିତ କରିଛନ୍ତି। ଦୀର୍ଘ ବର୍ଷ ପରେ ଉତ୍ତର କୋରିଆ ଏହାର ଆଣବିକ ଯୁଦ୍ଧାସ୍ତ୍ରର ପ୍ରଦର୍ଶନ କରିଛି। ଉତ୍ତର କୋରିଆ କହିଛି ଯେ ଏହା ଅଧିକରୁ ଅଧିକ ଆଣବିକ ଯୁଦ୍ଧାସ୍ତ୍ର ତିଆରି ଦିଗରେ ଧ୍ୟାନ ଦେଉଛି। ଆଉ ଏହି ଯୁଦ୍ଧାସ୍ତ୍ର ତିଆରି ଲାଗି ଆମେରିକା ଉସୁକାଉଛି। କାରଣ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡିକ କୋରିଆ ଉପଦ୍ବୀପରେ ସମରାଭ୍ୟାସ କରୁଛନ୍ତି।ନିକଟରେ ଉତ୍ତର କୋରିଆ ସମୁଦ୍ରର ଅଗଭୀର ଜଳ ମଧ୍ୟରେ ଗତିପାରୁଥିବା ଆଣିବିକ ଶକ୍ତି ସମ୍ପନ୍ନ ଡ୍ରୋନର ସଫଳ ପରୀକ୍ଷା କରିଥିଲା। ଏହି ଆଣବିକ ଡ୍ରୋନ ମାଧ୍ୟମରେ ସମୁଦ୍ରରେ ରେଡିଓଆକ୍ଟିଭ୍ ତରଙ୍ଗ ସୃଷ୍ଟି କରାଯାଇପାରିବ। ଯଦ୍ଦ୍ବାରା ଶତ୍ରୁ ପକ୍ଷକୁ ବ୍ୟାପକ କ୍ଷତି ପହଞ୍ଚାଇବ। ଉତ୍ତରକୋରିଆର ସାମରିକ ଓ ପରମାଣୁ ଶକ୍ତି ବୃଦ୍ଧିକ ଏବେ ସମଗ୍ର ବିଶ୍ବକୁ ଚିନ୍ତାରେ ପକାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories