www.samajalive.in
Tuesday, December 9, 2025
17.1 C
Bhubaneswar

ପହିଲାରୁ ବଢ଼ିବ ଔଷଧ ମୂଲ୍ୟ

ନୂଆଦିଲ୍ଲୀ: ବହୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଜନତାଙ୍କୁ ଛଟପଟ କରୁଥିବାବେଳେ ଆଏ ଏକ ଦୁଃସମ୍ବାଦ ସାମ୍ନାକୁ ଆସିଛି। ଏପ୍ରିଲ ୧ରୁ କେତେକ ଔଷଧର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇବାକୁ ଯାଉଥିବା ସୂଚନା ମିଳିଛି। ସେଥିମଧ୍ୟରେ ରହିଛି ଆଣ୍ଟିବାୟୋଟିକ, ପେନ୍‌ କିଲର ବା ଯନ୍ତ୍ରଣା ନିବାରକ ବଟିକା, ସଂକ୍ରମଣ ନିରୋଧୀ ଓ ହୃଦ୍‌ରୋଗ ଚିକିତ୍ସା ଔଷଧ। ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥରିଟି (ଏନ୍‌ପିପିଏ) ବା ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରକ କର୍ତ୍ତୃପକ୍ଷ ଗତ ବର୍ଷ ବିଭିନ୍ନ ସିଡ୍ୟୁଲ୍ଡ ଔଷଧର ପାଇକାରୀ ମୂଲ୍ୟ ସୂଚୀରେ ୧୦.୭ ପ୍ରତିଶତ ପରିବର୍ତ୍ତନ କରିବା ସହ ସିଡ୍ୟୁଲ୍ଡ ଔଷଧ ତାଲିକା ବାହାରେ ଥିବା ଔଷଧଗୁଡ଼ିକର ୧୦ ମୂଲ୍ୟ ପ୍ରତିଶତ ବୃଦ୍ଧି କରିଥିଲେ। ଏବେ କ୍ରମାଗତ ଦ୍ବିତୀୟ ବର୍ଷ ମୂଲ୍ୟ ବୃଦ୍ଧି ଘଟିବାକୁ ଯାଉଛି। ଏହାଦ୍ବାରା ପ୍ରାୟ ୮୦୦ ଔଷଧ ଓ ଚିକିତ୍ସା ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ ବୋଲି ଏନ୍‌ପିପିଏ ସୂତ୍ରରୁ ପ୍ରକାଶ। ଏଥିମଧ୍ୟରେ ୨୭ଟି ରୋଗର ଚିକିତ୍ସାରେ ବ୍ୟବହୃତ ୯୦୦ ଔଷଧ ପ୍ରସ୍ତୁତିରେ ଉପଯୋଗୀ ୩୮୪ ମଲିକ୍ୟୁଲ ବା ଉପାଦାନ ରହିଛି; ଯାହାର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ଘଟିବ। ଏହାଦ୍ବାରା ସବୁ ଶ୍ରେଣୀର ଗ୍ରାହକ ପ୍ରଭାବିତ ହେବେ ବୋଲି ବ୍ୟବସାୟୀମାନେ ମତ ଦେଇଛନ୍ତି। ଏହାର ବିକଳ୍ପ ଭାବେ ଲୋକେ ଜେନେରିକ ଔଷଧ ଉପରେ ନିର୍ଭର କରିବେ; ଯାହା ନାମୀ କମ୍ପାନୀର ଔଷଧ ତୁଳନାରେ ୯୦% ଶସ୍ତା ବୋଲି ସେମାନେ କହନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories