www.samajalive.in
Monday, December 8, 2025
17.1 C
Bhubaneswar

ତିନି ଦଶକ ପରେ ଭାରତୀୟ ସେନାରେ ସାମିଲ ହେବ ନୂଆ ତୋପ

ନୂଆଦିଲ୍ଲୀ . –  ଦେଶର ପ୍ରତିରକ୍ଷା ପାଇଁ ଏବେ ଏକ ଭଲ ଖବର । ପ୍ରାୟ ୩ ଦଶକ ପରେ ଭାରତୀୟ ସେନାରେ ଦୁଇଟି ନୂଆ ତୋପ ସାମିଲ ହେବାକୁ ଯାଉଛି । ନଭେମ୍ବର ୯ ତାରିଖରେ ମହାରାଷ୍ଟ୍ରରେ ଦେବଲାଲୀରେ ଆୟୋଜିତ ହେବାକୁ ଥିବା ସେନାର ଏକ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମାଳା ସୀତାରମଣ ଓ  ସେନା ମୁଖ୍ୟ ବିପିନ ରାଓ୍ୱତଙ୍କ ଉପସ୍ଥିତିରେ ଭାରତୀୟ ସେନାରେ  ଏମ୍‌ ୭୭୭ ଓ କେ-୯ ବ୍ରଜ ତୋପ ସାମିଲ ହେବ ।

ଆମେରିକାରେ କମ୍‌ ଓଜନ ବିଶିଷ୍ଟ ଏମ୍‌ ୭୭୭ ହେବିଟ୍ୱେଜର୍‌ ତୋପ ନିର୍ମାଣ କରାଯାଇଛି ।  ଏହି ହାଲୁକା ତୋପ ଭାରତ ଓ ଚୀନ ସୀମାରେ ମୁତୟନ ଥିବା ସୈନିକମାନଙ୍କୁ ପ୍ରଦାନ କରାଯିବ ।

- Advertisement -

କେ-୯ ବ୍ରଜ  ୧୫ ଏମ୍‌ଏମ୍‌/୫୩ କେଲିବର ବିଶିଷ୍ଟ ତୋପ । ଏହାକୁ  ଦକ୍ଷିଣ କୋରିଆରେ ବିକଶିତ କରାଯାଇଛି । ଭାରତୀୟ ସେନାକୁ ପ୍ରଥମ ପର୍ଯ୍ୟାୟରେ ୧୦୦ଟି ତୋପ ପ୍ରଦାନ କରାଯାଉଛି । ଦକ୍ଷିଣ କୋରିଆର ଏହି କମ୍ପାନୀ ମେକ୍‌ ଇନ୍‌ ଇଣ୍ଡିଆ ପ୍ରକଳ୍ପରେ ସାମିଲ ହୋଇ ଭାରତରେ ଏହି ତୋପର ଉତ୍ପାଦନ ଆରମ୍ଭ କରୁଛି । ଆସନ୍ତା ବର୍ଷ ନଭେମ୍ବର ମାସରୁ ଭାରତରେ ଏହି ତୋପର ନିର୍ମାଣ ଆରମ୍ଭ ହେବ ।

ଭାରତୀୟସେନାରେ ଏବେ ୪୦୦ରୁ  ଅଧିକ ତୋପର ଆବଶ୍ୟକତା ରହିଛି । ଆଧୁନିକ ତୋପ ସାମିଲ ହେଲେ ସେନାର କ୍ଷମତା ବୃଦ୍ଧି ପାଇବ ।

ମେ ୨୦୧୮ ମସିହାରେ ଧନୁଷ ୧୫୫/୪୫ କେଲିବର ତୋପର ପରୀକ୍ଷଣ ପୋଖରାନ୍‌ରେ ହୋଇଥିଲା । ଏବେ ଭାରତର ଗୋଳାବାରୁଦ ଫାକ୍ଟ୍ରିରେ  ଏହାକୁ ନିର୍ମାଣ କରାଯିବା ପାଇଁ ନିର୍ଦେଶ ଦିଆଯାଇଛି।

 

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories