www.samajalive.in
Tuesday, December 9, 2025
16.1 C
Bhubaneswar

ରେଡ୍‌ ହ୍ୟାଟକୁ  ୩୪ ବିଲିୟନ  ଆମେରିକୀୟ ଡଲାରରେ କିଣିବ ଆଇବିଏମ୍‌

ନ୍ୟୁୟର୍କ . –  ଆମେରିକାର କମ୍ପାନୀ ଆଇବିଏମ୍‌  ରେଡ୍‌ ହ୍ୟାଟ ସଫ୍ଟଓ୍ୱାର କମ୍ପାନୀକୁ ୩୪ ବିଲିୟନ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୨୩,୮୦୦ କୋଟି) ଟଙ୍କାରେ କିଣବ । ଆଇବିଏମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି ।  ଆଜି ପର୍ଯ୍ୟନ୍ତ ଆଇବିଏମ୍‌ର ଏହା ସବୁଠାରୁ ବଡ କ୍ରୟ ।

୨୫ ବର୍ଷ ତଳେ ରେଡ୍‌ ହ୍ୟାଟ ଆରମ୍ଭ ହୋଇଥିଲା । ଶୁକ୍ରବାର ଶେଷ ସୁଦ୍ଧା ଏହାର ମୂଲ୍ୟ ୨୦.୫ ବିଲିୟନ ଆମେରିକୀୟ ଡଲାର ଥିଲା  । ବିକ୍ରି ପରେ ଏହା ଆଇବିଏମ୍‌ର ହାଇବ୍ରିଡ କ୍ଲାଉଡ୍‌ ଟିମ୍‌ର ଅଂଶ ବିଶେଷ ହୋଇଯିବ । ରେଡ୍‌ ହ୍ୟାଟର ପ୍ରତ୍ୟେକ ଅଂଶଧନକୁ ୧୯୦ ଆମେରିକୀୟ ଡଲାରରେ କିଣିବ ବୋଲି ଆଇବିଏମ୍‌ ପକ୍ଷରୁ ଘୋଷଣା କରାଯାଇଛି । ରେଡ୍‌ହ୍ୟାଟର ଅଂଶଧାରକମାନଙ୍କର ସମ୍ମତି ମିଳିବା ପରେ ୨୦୧୯ ଶେଷ ସୁଦ୍ଧା ଆଇବିଏମ୍‌ ଏହାକୁ ନିଜ ସହ ସାମିଲ କରିବ ବୋଲି ଯୋଜନା ରହିଛି । ଏହା ପରେ ଆଇବିଏମ୍‌ ବିଶ୍ୱର ଏକ ନମ୍ବର କ୍ଲାଉଡ୍‌ ସେବା ଯୋଗଣାକାରୀ ହୋଇ ପାରିବ ବୋଲି ଆଇବିଏମ୍‌ର ଅଧ୍ୟକ୍ଷ  ଜିନି ରୋମେଟ୍ଟି କହିଛନ୍ତି । ରେଡ୍‌ହ୍ୟାଟ ସଫ୍ଟଓ୍ୱାର କମ୍ପାନୀ କ୍ଲାଉଡ୍‌ ସେବା ସହ ଲିନକ୍ସ, କ୍ୟୁବରନେଟସ୍‌, ମଲ୍ଟି କ୍ଲାଉଡ୍‌ ପ୍ରବନ୍ଧନ ଓ ଅଟୋଟମେସନ୍‌ କ୍ଷେତ୍ରରେ ସେବା ଯୋଗାଇ ଆସୁଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories