ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ୫-ଟି ସଚିବ
ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡ ଓ ମା’ କିଚକେଶ୍ବରୀ ମନ୍ଦିର ବୁଲି ଦେଖିଲେ
ଠାକୁରମୁଣ୍ଡା : ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫ଟି) ଭି. କେ. ପାଣ୍ଡିଆନ। ସେ ଗୁରୁବାର ହେଲିକପ୍ଟର ଯୋଗେ ଆସି ଠାକୁରମୁଣ୍ଡାର କଳାଶିରା ପଡିଆରେ ଦିନ ୧୧.୨୦ ରେ ଅବତରଣ କରି ସଡ଼କ ପଥରେ ପର୍ଯ୍ୟଟନ ସ୍ଥଳୀ ଭୀମକୁଣ୍ଡରେ ପହଞ୍ଚିଥିଲେ। ସେଠାରେ ବୈତରଣୀ ନଦୀ ତଥା ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟ ଅବଲୋକନ କରି ବିମୋହିତ ହୋଇଥିଲେ। ଭୀମକୁଣ୍ଡର ବିକାଶ ସମେତ ପାର୍ଶ୍ୱରେ ଥିବା ଶିବ ମନ୍ଦିରର ମଧ୍ୟ ମୁଖ୍ୟମନ୍ତ୍ରୀ ବିକାଶ କରିବେ ବୋଲି କହିଛନ୍ତି ୫ଟି ସଚିବ ଭି. କେ. ପାଣ୍ଡିଆନ। ଏଠାରୁ ଖିଚିଂ ଯାଇଥିଲେ। ଏହି ପରିଦର୍ଶନ ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାଏକ, ପି ଏ ଆଇଟିଡିଏ ଦେବଦତ୍ତ ମହାନ୍ତ, ବିଡ଼ିଓ ଟିଜେଏସ ଶ୍ୟାମସୁନ୍ଦର, ତହସିଲଦାର ସୁଶ୍ରୀ ସୁପ୍ରିୟା ଏବଂ ଅନ୍ୟାନ୍ୟ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।
Comments are closed.