www.samajalive.in
Tuesday, December 9, 2025
16.1 C
Bhubaneswar

ବଲିଉଡର ୫ଟି ଗୁପ୍ତ ବିବାହ

ଫିଲ୍ମୀ ଦୁନିଆର କଳାକରଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ଦେଖିବାକୁ ମିଳେ । କିନ୍ତୁ କିଛି କଳାକାର ଏପରି ଅଛନ୍ତି ଯେଉଁମାନଙ୍କ ବିବାହ ବିଷୟ​‌ରେ କାହାକୁ ସୁରାକ୍ ମିଳେନାହିଁ । ସେମାନେ ଅନୁଷ୍କା ଶର୍ମା-ବିରାଟ କୋହିଲ ହୁଅନ୍ତୁ ଅବା ନେହା ଧୂପିଆ-ଅଙ୍ଗଦ ବେଦୀ । ଯେବେ ଏମାନଙ୍କ ବିବାହ ବିଷୟରେ ଜଣାପଡିଲେ ଫ୍ୟାନ୍ସମାନେ ବିଶ୍ବାସ କରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ଏଭଳି କିଛି କଳାକାରଙ୍କ ବିଷୟରେ ଯେଉଁମାନେ ଲୁଚିଛପି ବିବାହ କରିଥିଲେ ।

- Advertisement -

ଏକଦା ବିପାଶଙ୍କ ସହ ଆବ୍ରହମଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଆବ୍ରହମ୍ ପ୍ରିୟା ରୂପାଲଙ୍କୁ ବିବାହ କରିଥିଲେ । ଏହି ବିବାହ ସମ୍ପର୍କରେ ତାଙ୍କ ଫ୍ୟାନ୍ସମାନଙ୍କୁ ଜଣାଇନଥିଲେ । ଏବେ ସୁଦ୍ଧା ମଧ୍ୟ ଆବ୍ରହମ ମିଡିଆଠାରୁ ତାଙ୍କ ପତ୍ନୀଙ୍କୁ ଦୂରେଇ ରଖିଛନ୍ତି ।

ଧମେନ୍ଦ୍ର ପୂର୍ବରୁ ଦୁଇଟି ସନ୍ତାନର ପିତା ହୋଇ ମଧ୍ୟ ହେମା ମାଳିନୀଙ୍କୁ ପ୍ରେମ କରୁଥିଲେ । ହେଲେ ଏଭଳି ପରିସ୍ଥିତିରେ ସେମାନଙ୍କ ବିବାହକୁ ନେଇ ଅନେକ ସମସ୍ୟା ଉପୁଜିଥିଲେ । କିନ୍ତୁ ପରେ ସେମାନଙ୍କ ବିବାହ ସମସ୍ତଙ୍କୁ ଚକିତ କରିଥିଲା। ଉଭୟ ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମ ଗ୍ରହଣ କରି ବିବାହ କରିଥିଲେ ।

ବିନୋଦ ମେହରା ଓ ରେଖା ବିବାହ କରିଥିଲେ । ଏହି ବିଷୟରେ ସେମାନଙ୍କ ପରିବାର ଲୋକଙ୍କୁ ଜଣାନଥିଲା। ଏହି ବିବାହକୁ ନେଇ ବିନୋଦ ପ୍ରଥମେ ଖୋଲାଖୋଲି ଭାବେ ସ୍ବୀକାର କରିଥିବା ମଧ୍ୟ ପରେ ଏହାକୁ ଅସ୍ବୀକାର କରିଥିଲେ ।

ଅଭିନେତ୍ରୀ ଜୁହି ଚାୱଲା ବହୁ ଦିନ ଧରି ଜୟ ମହେତାଙ୍କ ଉତ୍ତମ ବନ୍ଧୁ ଭାବେ ରହିଥିଲେ । କିନ୍ତୁ ଅନେକ ସମୟ ପରେ ଉଭୟ ପତି ପତ୍ନୀ ବୋଲି ଜଣାପଡିଥିଲା । ​‌

ସମୟ ପୂର୍ବରୁ ପ୍ରାଣ ହରାଇ ଥିବା ବଲିଉଡର ବିୟ୍ୟୁଟ କୁଇନ୍ ଦିବ୍ୟା ଭାରତୀ ପ୍ରଯୋଜକ ସାଜିଦ ନଦିୟାୱାଲାଙ୍କୁ ବିବାହ କରିଥିଲେ । ଏହି ବିବାହ ଏତେ ଗୁପ୍ତ ଥିଲା ଯେ କେହି ଟେର ପାଇନଥିଲେ । କେବଳ ସେମାନଙ୍କ ବନ୍ଧୁ ହିଁ ଜଣାଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories