www.samajalive.in
Monday, December 8, 2025
24.1 C
Bhubaneswar

ଦାଦନ ଶ୍ରମିକ ତାମିଲନାଡୁରେ ନିଖୋଜ

ମୁଖୀଗୁଡା : ପୁଣି ଏକ ଶ୍ରମିକ ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ନିଖୋଜ ହୋଇଥିବା ଅଭିଯୋଗ ଆସିଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା କୁଚାଗାଁର ଶ୍ରମିକ ଚକ୍ରଧର ନାଏକ ( ୩୫) ତାମିଲନାଡୁରେ ନିଖୋଜ ହୋଇଥିବା ନେଇ ଜୟପାଟଣା ଥାନାରେ ଅଭିଯୋଗ ହୋଇଛି । ଗତ ଛଅ ମାସ ତଳେ କୁଚାଗାଗାଁର ୧୦ଜଣଙ୍କ ସହ ଚକ୍ରଧର ଦାଦନ ଖଟିବାକୁ ସୁଦୂର ତାମିଲନାଡୁକୁ ଯାଇଥିଲେ। ଗତ ୧୮ ତାରିଖ ମହାଶିବରାତ୍ରି ଦିନ ନିଜ ସ୍ତ୍ରୀ ସହ ଘରକୁ ଆସିବା ନେଇ କଥା ହୋଇଥିଲେ କିନ୍ତୁ ଆଜି ସୁଦ୍ଧା ତାଙ୍କର କୋଣସି ଖୋଜ ଖବର ମିଳୁନାହିଁ। ତାଙ୍କ ସହ ବାହାରିଥିବା ଗାଁ ଲୋକେ ଘରକୁ ଫେରିଥିବା ବେଳେ ସେ କୁଆଡ଼େ ଚାଲି ଯାଇଥିବା କହିଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ବହୁତ ଖୋଜିଲେ ମଧ୍ୟ ଚକ୍ରଧରଙ୍କ କୋଣସି ଖବର ମିଳିନାହିଁ। ଏ ନେଇ ଚକ୍ରଧରଙ୍କ ବାପା ପୂର୍ଣ୍ଣଚନ୍ଦ୍ର ନାଏକ ଜୟପାଟଣା ଥାନାରେ ଅଭିଯୋଗ କରିଛନ୍ତି । ଚକ୍ରଧର ଦାଦନ ଖଟି ସେଥିରୁ ରୋଜଗାର ଟଙ୍କା ଘରକୁ କିଛି ପଠାଉଥିବା ବେଳେ ସ୍ତ୍ରୀ ଶ୍ରୀମତୀ କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ।ତେବେ ଚକ୍ରଧରଙ୍କ ହଠାତ ନିଖୋଜକୁ ନେଇ ସ୍ତ୍ରୀ ଶ୍ରୀମତୀ ଚିନ୍ତିତ ଥିବା ବେଳେ ଜିଲ୍ଲା ପ୍ରଶାସନ ତାଙ୍କ ସ୍ୱାମୀକୁ ଫେରେଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

 

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories