www.samajalive.in
Monday, December 8, 2025
14.1 C
Bhubaneswar

ଉଚ୍ଚ କୋଲେଷ୍ଟେରୋଲ୍‌‌ : ବାସ୍‌‌ ଏହି ଗୋଟିଏ ପରିବାର ସେବନ କଲେ ମିଳେ ଅନେକ ଲାଭ..

ଭୁଲ୍‌‌ ଖାଦ୍ୟପେୟ, ଚିନ୍ତା, ନିଶା ଜିନିଷର ଅଧିକ ସେବନ, ଚା’ ଓ କଫିର ଅଧିକ ସେବନ , ବ୍ୟସ୍ତବହୁଳ ଓ ବର୍ତ୍ତମାନର ଜୀବନଶୈଳୀ ଆଦି ସ୍ୱାସ୍ଥ୍ୟ ଉପରେ ଅନେକ କୁପ୍ରଭାବ ପକାଇବା ସହ ଅନେକ ରୋଗର କାରଣ ପାଲଟିଥାଏ। ଫଳରେ ମୋଟାପଣ, ମଧୁମେହ, ହୃଦୟ ରୋଗ, ଷ୍ଟ୍ରୋକ୍‌‌, ଉଚ୍ଚ ରକ୍ତଚାପ ଭଳି ମାରାତ୍ମକ ରୋଗ ହେବାର ସମ୍ଭାବନା ଅଧିକ ଥାଏ। ଭୁଲ ଖାଦ୍ୟପେୟ କାରଣରୁ ଶରୀରରେ କୋଲେଷ୍ଟେରୋଲ୍‌‌ ଅଧିକ ବୃଦ୍ଧି ହୋଇଥାଏ। ଫଳରେ ହୃଦୟ ପାଇଁ ଏହା କ୍ଷତିକାରକ ହୋଇଥାଏ। ତେଣୁ କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣରେ ରଖିବା ନିତାନ୍ତ ଜରୁରୀ। ତେବେ ବୃଦ୍ଧି ପାଉଥିବା କୋଲେଷ୍ଟେରୋଲ୍‌‌କୁ ନିୟନ୍ତ୍ରଣ କରିବା ପାଇଁ ଭେଣ୍ଡି ବେଶ ଉପକାରୀ। ଏହା ସ୍ୱାସ୍ଥ୍ୟ ପାଇଁ କୌଣସି ବରଦାନରୁ କମ୍‌‌ ନୁହେଁ। ଭେଣ୍ଡିର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣ ହୋଇ ରହିଥାଏ। ବିଶେଷଜ୍ଞଙ୍କ ମତରେ ଭେଣ୍ଡି ସେବନ ଦ୍ୱାରା ମୋଟାପଣ ହ୍ରାସ ସହ ମଧୁମେହ ଓ ହୃଦୟ ଜନିତ ରୋଗ ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଜାଣନ୍ତୁ..

ଭେଣ୍ଡିର ବ୍ୟଞ୍ଜନ ଅଧିକାଂଶ ଦେଶରେ ଉପଲବ୍ଧ। ବିଭିନ୍ନ ଦେଶରେ ଏହାର ଭିନ୍ନ ନାମ ମଧ୍ୟ ରହିଛି। ଏଥିରେ କ୍ୟାଲସିୟମ, ପୋଟାସିୟମ, ମେଗ୍ନେସିୟମ, ଫସଫରସ, ଆଇରନ , ଭିଟାମିନ ସି ଆଦି ପୋଷକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି। ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ। ତେଣୁ ଡାକ୍ତର ମଧ୍ୟ ସୁସ୍ଥ ରହିବା ପାଇଁ ଖାଦ୍ୟରେ ଭେଣ୍ଡି ସାମିଲ କରିବାକୁ ପରାମର୍ଶ ଦେଇଥାଆନ୍ତି।

- Advertisement -

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭେଣ୍ଡିରେ ଉପକାରୀ ଫାଇବର ଓ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା କୋଲେଷ୍ଟେରୋଲ୍‌‌କୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତେଣୁ କୋଲେଷ୍ଟେରୋଲ୍‌‌ ଓ ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତି ବିଶେଷ ନିଶ୍ଚୟ ଭେଣ୍ଡିର ସେବନ କରିବା ଉଚିତ। ସେହିପରି ମଧୁମେହ ରୋଗୀ ମଧ୍ୟ ଭେଣ୍ଡିକୁ ବତୁରାଇ ଏହାର ପାଣି ପିଇବା ଖୁବ ଉପକାରୀ। ଏହାର ସେବନ ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇ ରହିଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories