www.samajalive.in
Friday, December 12, 2025
19.1 C
Bhubaneswar

ବୌଦ୍ଧ ଜିଲାପାଳଙ୍କ ବଲାସିଙ୍ଗା ମହୁଲ ମୂଳ ମହିମା ଆଶ୍ରମ ପରିଦର୍ଶନ

ବୌଦ୍ଧ: ବୌଦ୍ଧ ସଦର ବ୍ଲକ ବଢ଼ିଗାଁ ପଞ୍ଚାୟତ ବଲାସିଙ୍ଗା ଗ୍ରାମରେ ମହିମା ଧର୍ମର ଜ୍ଞାନପୀଠ ମହୁଲମୂଳ ମହିମା ପିଠ ଅବସ୍ଥିତ ଓ କିମ୍ବଦନ୍ତୀ କହେ ମହିମା ଧର୍ମର ମୁଖ୍ୟ ମହିମା ଗୋସାଇଁ ପ୍ରଥମ ଶିଷ୍ୟ ଭାବେ ବଲାସିଙ୍ଗା ଗ୍ରାମର ଗୋବିନ୍ଦ ବାବା ଓ ମହିମା ଧର୍ମର ପ୍ରଚାରକ ଭୀମ ଭୋଇଙ୍କୁ ସର୍ବପ୍ରଥମେ ଜ୍ଞାନ ଦେଇଥିଲେ। ଉକ୍ତ ମହୁଲ ମୂଳରେ ହିଁ ଜ୍ଞାନ ପ୍ରଦାନ କରିଥିବା ଐତିହାସିକ ମାନେ ମତ ଦିଅନ୍ତି । ଏହି ପିଠଟି ଅତି ପୁରାତନ ହେଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଠିକ୍ ଭାବେ ପଡ଼ିପାରି ନଥିବାରୁ ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ ଓ ଆଜି ମଧ୍ୟାହ୍ନ ସମୟରେ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ, ଉପ ଜିଲାପାଳ ରବୀନ୍ଦ୍ର କୁମାର କହଁର, ତହସିଲଦାର ଦେବି ପ୍ରସାଦ ଦାଶ, ବୌଦ୍ଧ ନଗରପାଲ ମୃତ୍ୟୁଞ୍ଜୟ ମିଶ୍ର, ସାମ୍ବାଦିକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ମହିମା ଆଶ୍ରମର ସାଧୁ କୁଳଧର ଦାସ, ସାଧୁ କୃଷ୍ଣ ଚନ୍ଦ୍ର ଦାସ ଓ ସାଧୁ ମଦନ ଦାସଙ୍କ ସହିତ ଆଲୋଚନା କରିଥିଲେ। ଆଲୋଚନାରେ ଆଶ୍ରମର ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ ହୋଇ ସରକାରୀ ସ୍ତରରେ ଚେଷ୍ଟା କରିବା ପାଇଁ ପ୍ରତିଶୃତି ଦେଇଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories