www.samajalive.in
Monday, December 8, 2025
24.1 C
Bhubaneswar

ଡ୍ରପ ଆଣ୍ଡ ଗୋ ଲେନରେ ପାର୍କିଂ ନ କରିବାକୁ ସଚେତନତା

ସମ୍ବଲପୁର: ସମ୍ବଲପୁର ରେଳ ଷ୍ଟେସନ ଠାରେ ରେଳବାଇ ସୁରକ୍ଷା ବଳ (ଆରପିଏଫ) ପକ୍ଷରୁ ଯାନବାହନ ପାର୍କିଂକୁ ନେଇ ନୂତନ ସଚେନତା ଅଭିଯାନ ଶୁକ୍ରବାରରୁ ଆରମ୍ଭ କରାଯାଇଛି। ରେଳ ଷ୍ଟେସନକୁ ଆସୁଥିବା ଯାତ୍ରୀ ଭିଡକୁ ନିୟନ୍ତ୍ରଣ କରିବା ସହିତ ଶୃଙ୍ଖଳିତ ପାଇଁ ଷ୍ଟେସନ ସମ୍ମୁଖରେ ଥିବା ଡ୍ରପ ଆଣ୍ଡ ଗୋ ଲେନ ରେ ଯାନବାହାନ ପାର୍କିଂ ଉପରେ କଟକଣା ଜାରି କରାଯାଇଛି। ଏ ସର୍ମ୍ପକରେ ଆରପିଏଫ ଥାନାଧିକାରୀ ମୁନ୍ନା ଯାଦବ ଙ୍କ ସୂଚନାନୁଯାୟୀ, ରେଳ ଷ୍ଟେସନରେ ସମ୍ମୁଖରେ ଥିବା ଡ୍ରପ ଆଣ୍ଡ ଗୋ ଲେନରେ ଅନେକ ବ୍ୟକ୍ତି ନିୟମ ଭାଙ୍ଗି ସେଠାରେ ବେଆଇନ ଭାବରେ ପାର୍କିଂ କରୁଛନ୍ତି। ଫଳରେ ଯାତ୍ରୀ ମାନଙ୍କର ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ଏଥି ପାଇଁ ଆରପିଏଫ ପକ୍ଷରୁ ଆଜି ଠାରୁ ଡ୍ରପ ଆଣ୍ଡ ଗୋ ଲେନ ରେ ଯାନବାହନ ପାର୍କିଂ ନ କରିବାକୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନର ପ୍ରଥମ ଦିବସରେ ଆରପିଏଫ ଅଧିକାରୀ ଓ କର୍ମଚାରୀ ମାନେ ଏପରି ବେଆଇନ ପାର୍କିଂ ନ କରିବାକୁ ଜନତାଙ୍କୁ ସଚେତନ କରିଥିଲେ। ପ୍ରଥମ ଦିନରେ ୧୫ ଜଣ ବ୍ୟକ୍ତି ନିୟମ ଉଲ୍ଲଂଘନ କରିଥିବା ବେଳେ ସେମାନଙ୍କୁ ଆଗାମୀ ଦିନରେ ଏଭଳି ନ କରିବାକୁ ସଚେତନ କରାଯାଇଥିଲା। ଏବେ ସଚେତନ କରାଯାଉଥିବା ବେଳେ ଆଗାମୀ ଦିନରେ ନିୟମ ଉଲ୍ଲଂଘନକାରୀ ଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାମଲା ରୁଜୁ କରାଯିବ ବୋଲି ଆରପିଏଫ ଅଧିକାରୀ ମନ୍ନା ଯାଦବ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆରପିଏଫ ପକ୍ଷରୁ ନିୟମ ଉଲ୍ଲଂଘନକାରୀ ମାନଙ୍କୁ ଧରିବା ପାଇଁ ଅଜବ ନୀତି ଆପଣେଇ ଗାଡି ଗୁଡିକୁ ରଶିରେ ବାନ୍ଧି ରଖି ଦିଆଯାଉଛି। ପୂର୍ବରୁ ଡିସେମ୍ବର ୨୩ ୨୦୨୨ ତାରିଖରେ ଏଭଳି ଅଭିଯାନ ଆରମ୍ଭ କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ତାକୁ ସ୍ଥଗିତ ରଖାଯାଇଥିଲା।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories