www.samajalive.in
Tuesday, December 9, 2025
16.1 C
Bhubaneswar

ନାରଙ୍ଗବସ୍ତରେ ଭଲିବଲ ଟୁର୍ଣ୍ଣାମେଣ୍ଟ

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ଥାନା ମଞ୍ଚେଶ୍ୱର ପଞ୍ଚାୟତ ନାରଙ୍ଗବସ୍ତ ଗ୍ରାମର ଜ୍ୟୋତିର୍ମୟୀ ୟୁଥ କ୍ଲବ ପକ୍ଷରୁ ୨୪ତମ ଦ୍ୱିଦିବସୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠି ହୋଇଛି। ପ୍ରଥମ ଦିନ ଜିଲ୍ଲାସ୍ତରୀୟ ଟିମ ଜଗତସିଂହପୁର, ଢେଙ୍କାନାଳ, କଟକ, ଜେନାପଦା, ନାରଙ୍ଗବସ୍ତ, କଖଡି ଓ ଭୂବନେଶ୍ୱର ଆଦି ୮ଟି ଦଳ ଅଂଶଗ୍ରହଣ କରିଥିଲେ। ସେଥିରେ କଟକ ତାଣ୍ଡବ ଭଲିବଲ ଟିମ ଚମ୍ପିଆନ ହୋଇଥିବା ବେଳେ ଗୋଡିଝରିଆ ଆଠଗଡ଼ ରନର୍ସ ଅପ ହୋଇଥିଲା। ଦ୍ୱିତୀୟ ଦିନରେ ସାଲେପୁର, ଜଗତପୁର, ଡିହସାହି, ଧବଳେଶ୍ୱର, ବାଳି, ଓରନ୍ଦା, ନାରଙ୍ଗବସ୍ତ, ବାଙ୍କି, ଆଠଗଡ଼, ଗୋଡିଝରିଆ, ଭିରୁଡା ଓ କନ୍ତୋଲ ଆଦି ଦଳ ଭାଗ ନେଇଥିଲେ। ଏହି ଖେଳରେ ନାରଙ୍ଗବସ୍ତ ଜ୍ୟୋତିର୍ମୟୀ କ୍ଲବ ଚମ୍ପିଆନ ଓ ନୁଆସାହି ଜଗତପୁର ରନର୍ସଅପ ହୋଇଥିଲା। ଓରନ୍ଦା ରାଧାକୃ୍‌‌ଷ୍ଣ ଭକ୍ତିମନ୍ଦିରର ଅସୀତ ମହାରାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳକୁ ଉଦଘାଟନ କରିଥିଲେ। ଉଭୟ ଚମ୍ପିଆନ ଦଳକୁ ଟ୍ରଫି ପ୍ରଦାନ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories