www.samajalive.in
Tuesday, December 9, 2025
16.1 C
Bhubaneswar

ମାଡ଼ି ଆସୁଛି ଖରା

ଭୁବନେଶ୍ବର: ମାଡି ଆସୁଛି ଖରା। ଗତ ଦୁଇଦିନ ହେବ ସର୍ବାଧିକ ତାପମାତ୍ରା ସାମାନ୍ୟ କମିଥିବା ବେଳେ ଆସନ୍ତା ୨୪ ଘଣ୍ଟା ପରେ ବଦଳିବ ପାଗ। ଦୁଇଦିନ ହେଲା ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇବା ଯୋଗୁଁ ସମତଳ ଏବଂ ପାହାଡିଆ ଅଞ୍ଚଳରେ ପାରଦ କମୁଥିଲା। ପ୍ରାୟ ଅଞ୍ଚଳରେ ରାତି ତାପମାତ୍ରା ସ୍ବାଭାବିକରୁ ଅଧିକ ଥିବାରୁ ଶୀତ ପ୍ରକୋପ କମ୍‌ ରହୁଥିଲା; କିନ୍ତୁ ବିଳମ୍ବିତ ରାତିରେ ଶୀତ ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବ ନାହିଁ। ପରିବର୍ତ୍ତୀ ସମୟରେ ଦିନ ତାପମାତ୍ରା ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଫେବୃଆରୀ ପ୍ରଥମ ସପ୍ତାହରୁ ଭୁବନେଶ୍ବର ସମେତ ଅନେକ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଥିଲା। ଦ୍ବିତୀୟ ସପ୍ତାହରେ ଭୁବନେଶ୍ବର ଦିନ ତାପମାତ୍ରା ୩୭.୪ଡିଗ୍ରୀ ଅତିକ୍ରମ କରିଥିବା ମାଲକାନଗିରିରେ ୩୭ଡିଗ୍ରୀ ରେକର୍ଡ ହୋଇଥିଲା। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଫେବୃଆରୀ ୧୮ରୁ ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇ ମାସର ଶେଷ ସପ୍ତାହ ବେଳକୁ ତାତି ୪୦ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି। ଆଜି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ଜି.ଉଦୟଗିରିରେ ୫ଡିଗ୍ରୀ ଥିବାବେଳେ କିରେଇ ୬.୮ଡିଗ୍ରୀ ଏବଂ ଫୁଲବାଣୀ ୮ଡିଗ୍ରୀ, ରାଉରକେଲା ୯.୨ଡିଗ୍ରୀ, କୋରାପୁଟ ୧୦.୫ଡିଗ୍ରୀ, ଭୁବନେଶ୍ବର ୧୫.୬ ଡିଗ୍ରୀ ଏବଂ କଟକରେ ୧୫.୫ଡିଗ୍ରୀ ରହିଛି। ବୌଦ୍ଧରେ ସର୍ବାଧିକ ତାପମାତ୍ରା ୩୫ଡିଗ୍ରୀ ରେକର୍ଡ ହୋଇଛି। ଗୁରୁବାର ଏବଂ ଶୁକ୍ରବାର ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories