www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସଇ) ପରିଚାଳିତ ଦ୍ବାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଆଜିଠାରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୦ ତାରିଖରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲିବ। ଉଭୟ ଶ୍ରେଣୀର ମୋଟ ୩୯ ଲକ୍ଷ ଛାତ୍ରଛାତ୍ରୀ ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଦେବା ପାଇଁ ସିବିଏସଇ ଅନୁବନ୍ଧିତ ବିଦ୍ୟାଳୟ ଗୁଡିକରେ ଫର୍ମ ପୂରଣ କରିଥିବା ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି।

ବୁଧବାର ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ‘ଉଦ୍ୟୋଗୀ’ ବିଷୟରେ ପରୀକ୍ଷା ଦେବେ। ପରୀକ୍ଷା କେନ୍ଦ୍ରକୁ ଛାତ୍ରଛାତ୍ରୀ ପୂର୍ବାହ୍ନ ସାଢେ ୯ଟାରେ ପ୍ରବେଶ କରିବେ। ୯.୪୫ ମିନିଟରେ ପରୀକ୍ଷା କେନ୍ଦ୍ର ଫାଟକ ବନ୍ଦ କରି ଦିଆଯିବ। ୧୦ଟା ପରେ କୌଣସି ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। ୧୦ଟାରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ବଣ୍ଟନ କରାଯିବାକୁ ଥିବାବେଳେ ୧୦.୧୫ ମିନିଟରେ ପ୍ରଶ୍ନପତ୍ର ଦିଆଯିବ। ସାଢେ ୧୦ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ପଢିବେ। ଏହାରେ ଭିତରେ ପ୍ରଶ୍ନପତ୍ରରେ କୌଣସି ତ୍ରୁଟି ଥିଲେ ପରୀକ୍ଷା ନିରୀକ୍ଷକଙ୍କୁ ଅବଗତ କରିବେ। ସାଢେ ୧୦ଟାରୁ ଛାତ୍ରଛାତ୍ରୀ ଉତ୍ତର ଲେଖିବା ଆରମ୍ଭ କରିବେ ବୋଲି ସିବିଏସଇ ପକ୍ଷରୁ ପରାମର୍ଶ ଦିଆଯାଇଛି। ସାଢେ ୧ଟାରେ ପରୀକ୍ଷା ଶେଷ ହେବ। ଏଥିସହିତ କାଲକୁଲେଟର ଏବଂ ବୈଦ୍ୟୁତିକ ଉପକରଣ ଆଦି ସାମଗ୍ରୀ କେନ୍ଦ୍ରକୁ ବିଦ୍ୟାର୍ଥ ନେଇପାରିବେ ନାହିଁ। ଦଶମ ଶ୍ରେଣୀ ପରୀକ୍ଷା ମାର୍ଚ୍ଚ ୩୧ରେ ଶେଷ ହେବାକୁ ଥିବାବେଳେ ଦ୍ବାଦଶ ପରୀକ୍ଷା ଏପ୍ରିଲ ୫ରେ ସରିବ।

- Advertisement -

ଚଳିତ ବର୍ଷ ଦଶମ ଶ୍ରେଣୀରେ ୨୪ ହଜାର ୪୯୧ ବିଦ୍ୟାଳୟର ମୋଟ ୨୧ ଲକ୍ଷ ୮୬ ହଜାର ୯୪୦ ପରୀକ୍ଷାର୍ଥୀ ଥିବାବେଳେ ଏଥିମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୫୬୬, ଛାତ୍ରୀଙ୍କ ସଂଖ୍ୟା ୧୨ ଲକ୍ଷ ୪୭ ହଜାର ୩୬୪ ଏବଂ ଅନ୍ୟାନ୍ୟ ୧୦ ଛାତ୍ରଛାତ୍ରୀ ରହିଛନ୍ତି। ୭୨୪୦ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଅନ୍ୟପଟେ ଦ୍ବାଦଶ ଶ୍ରେଣୀରେ ୧୬ ହଜାର ୭୩୮ ବିଦ୍ୟାଳୟର ମୋଟ ୧୬ ଲକ୍ଷ ୯୬ ହଜାର ୭୭୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିରୁ ଛାତ୍ରଙ୍କ ହାର ୭ ଲକ୍ଷ ୪୫ ହଜାର ୪୩୩ ଥିବାବେଳେ ଛାତ୍ରୀଙ୍କ ସଂଖ୍ୟା ୯ଲକ୍ଷ ୫୧ ହଜାର ୩୩୨ ରହିଛି। ଅନ୍ୟାନ୍ୟ ୫ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ସିବିଏସଇ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।

ରାଜ୍ୟରେ ଭୁବନେଶ୍ବର, କଟକ, ରାଉରକେଲା ଏବଂ ସମ୍ବଲପୁର ସହିତ ଅନ୍ୟାନ୍ୟ ସହର ଏବଂ ଜିଲା ଗୁଡିକରେ ଥିବା ସିବିଏସଇ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି। ଉଭୟ ଶ୍ରେଣୀ ପ୍ରାୟ ୮୦ ହଜାର ଊର୍ଦ୍ଧ୍ବ ବିଦ୍ୟାର୍ଥୀ ପରୀକ୍ଷା ଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories