ମିଳିଲା କମିଶନର ଓ ମେୟରଙ୍କ ପ୍ରତିଶ୍ରୁତି, ଧାରଣା ପ୍ରତ୍ୟାହୃତ କଲେ ବିଜେପି ଓ କଂଗ୍ରେସ କର୍ପୋରେଟର

ଭୁବନେଶ୍ବର:କଟକ ମହାନଗର ନିଗମ (ସିଏମସି)ରେ ଅଫିସର-ମେୟର ଓ କର୍ପୋରେଟର ବିବାଦ ଘଟଣାର ପୂର୍ଣ୍ଣଚ୍ଛେଦ ପଡ଼ିଛି। କମିଶନର ଓ ମେୟରଙ୍କ ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସିଏମସି ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ସମନ୍ବୟ ରହୁଥିବା ପ୍ରତିବାଦ କରି ଧାରଣା ଦିଆଯାଇଥିଲା। ବିଜେପି ଓ କଂଗ୍ରେସ କର୍ପୋରେଟର ୪ ଦଫା ଦାବିରେ ଅହୋରାତ୍ର ଧାରଣା ଦେଇଥିଲେ। ରାତି ସାରା ବିଜେପି ଓ କଂଗ୍ରେସ କର୍ପୋରେଟର ଧାରଣା ଦେଇଥିଲେ। ଆଜି ସିଏମସି କର୍ପୋରେଟର ଓ ମେୟର ପ୍ରତିଶ୍ରୁତି ଦେବା ପରେ ବିଜେପି ଓ କଂଗ୍ରେସ କର୍ପୋରେଟର ଧାରଣା ପ୍ରତ୍ୟାହାର କରିଥିଲେ।

kalyan agarbati

Comments are closed.