ୟଶ ଓ ଋଷଭ ଶେଟ୍ଟୀଙ୍କୁ ସାକ୍ଷାତ କଲେ ମୋଦୀ; ସାଉଥ୍ ସିନେ ଶିଳ୍ପକୁ ପ୍ରଶଂସା କରି କହିଲେ..
ବେଙ୍ଗାଲୁରୁ: ଦକ୍ଷିଣ ଭାରତୀୟ ସୁପରଷ୍ଟାରଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ‘କେଜିଏଫ୍’ ମାଧ୍ୟମରେ ସାରା ଦେଶରେ ଘରେ ଘରେ ପରିଚିତ ଅଭିନେତା ୟଶ ଓ ଗତ ବର୍ଷ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିବା ଫିଲ୍ମ ‘କାନ୍ତାରା’ର ଅଭିନେତା ଋଷଭ ଶେଟ୍ଟୀ ରବିବାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ସେମାନଙ୍କ ସାକ୍ଷାତ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହି ସାକ୍ଷାତ ସମୟରେ ଦିବଂଗତ ଅଭିନେତା ପୁନୀତ ରାଜକୁମାରଙ୍କ ପତ୍ନୀ ଅଶ୍ବିନୀ ମଧ୍ୟ ଉପସ୍ଥିତ ଥିଲେ।
ସୂଚନା ମୁତାବକ, ନିକଟରେ ମୋଦୀ କର୍ଣ୍ଣାଟକ ଗସ୍ତରେ ଯାଇଥିଲେ। ଏହି ଅବସରରେ ରବିବାର ସେ ଚଳଚ୍ଚିତ୍ର ତାରକା, କ୍ରୀଡ଼ାବିତ୍ ଏବଂ ଷ୍ଟାର୍ଟଅପ୍ ଜଗତର ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ସମୟରେ ମୋଦୀ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ପ୍ରସିଦ୍ଧ ଅଭିନେତା ସ୍ବର୍ଗତଃ ପୁନୀତ ରାଜକୁମାରଙ୍କୁ ମଧ୍ୟ ମନେ ପକାଇଥିଲେ।
On 12th February while on a Karnataka visit, PM Narendra Modi met film stars, sportspersons and those from the StartUp world. He also remembered Puneeth Rajkumar during the interaction: Sources pic.twitter.com/fL9Wxh9MPx
— ANI (@ANI) February 13, 2023
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଚଳଚ୍ଚିତ୍ର ଅଭିନେତାମାନଙ୍କୁ କହିଛନ୍ତି ଯେ, ଦକ୍ଷିଣ ରାଜ୍ୟଗୁଡ଼ିକର ଚଳଚ୍ଚିତ୍ର ଶିଳ୍ପ ନିଜ କାର୍ଯ୍ୟ ଦ୍ବାରା ଭାରତର ସଂସ୍କୃତି ଏବଂ ପରିଚୟକୁ ବେଶ୍ ଲୋକପ୍ରିୟ କରିଛି। ବିଶେଷ କରି ଶିଳ୍ପରେ ମହିଳାମାନଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଦକ୍ଷିଣ ରାଜ୍ୟଗୁଡିକର ଉଦ୍ୟମକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।
Comments are closed.