www.samajalive.in
Saturday, December 6, 2025
26.1 C
Bhubaneswar

ସଂଗ୍ରାମୀ ମାଟି ପାହାର ଶ୍ରିଗିଡ଼ାରେ ବିଧାୟିକାଙ୍କ ଦ୍ଵାରା ପ୍ରତିମୂର୍ତ୍ତି ଉନ୍ମୋଚନ ଓ ଶିଳାନ୍ୟାସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ସଂଗ୍ରାମୀ ମାଟି ପାହାର ଶ୍ରିଗିଡ଼ାରେ ବୀରତା ଦିବସ ଅବସରରେ ରବିବାର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମାର୍କେଟ ଛକରେ ଗଣ ସମାଜ ଦ୍ଵାରା ନିର୍ମିତ ଜମିଦାର ସ୍ବର୍ଗତ ଜନାର୍ଦ୍ଦନ ସିଂଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ପରେ ଜମିଦାର ପଡ଼ା ଛକରେ ବିଧାୟିକା ପାଣ୍ଠିରୁ ସାତ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଜନାର୍ଦ୍ଦନ ଲୋକ ମଣ୍ଡପକୁ ଉଦଘାଟନ କରିଛନ୍ତି। ଜମିଦାର ସ୍ବର୍ଗତ ତ୍ରିଭୁବନ ସିଂଙ୍କ ନାମରେ ଆଉ ଏକ କଲ୍ୟାଣ ମଣ୍ଡପ ପାଇଁ ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହା ୨୭ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ କରାଯିବ ବୋଲି ଜଣାପଡିଛି । ଶିଳାନ୍ୟାସ ପରେ ଗଣ ସମାଜ ଓ ଗ୍ରାମବାସୀଙ୍କ ସହିତ ଗ୍ରାମରେ ଏକ ବିଶାଳ ଶୋଭାଯାତ୍ରା ହୋଇଥିଲା । ଏହି ଅବସରରେ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଜନାର୍ଦ୍ଦନ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ବୀରତା ଦିବସ ପାଳନ କରାଯାଇଥିଲା । ଜନାର୍ଦ୍ଦନ ସିଂ ସ୍ମୃତି ସାଂସଦର ସଭାପତି ମୋହନ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏହି ବୀରତା ଦିବସର ଆୟୋଜନ ହୋଇଥିଲା । ଏଥିରେ ଡଃ ଗୌରିଦାସ ପ୍ରଧାନ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିବା ବେଳେ କବି ଦୟାନିଧି ମେହେର, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ, ଜିଲ୍ଲା ପରିଷଦ ସଭ୍ୟ ସୁଦାମ ଜାଲ, ଭେଡେନ ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ସମିତି ସଭ୍ୟ ପ୍ରେମଶିଲା ଟପ୍ନୋ, ଜଙ୍ଗେଡ ସରପଞ୍ଚ ଭଗବତୀଆ ସିଂ, ଆମ୍ଳିପାଲି ସରପଞ୍ଚ ସୁନନ୍ଦା ବିଶ୍ଵାଳ, ବିଧାୟିକା ପ୍ରତିନିଧି ଗଣେଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ବୀର ମାଟିର ଜୟଗାନ କରିବା ସହିତ ସ୍ବର୍ଗତ ଜନାର୍ଦ୍ଦନଙ୍କ ସ୍ମୃତି ଚାରଣ କରିଥିଲେ। ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗ୍ରାମୀ ଭୂମି ଝୁମି ଉଠିଥିଲା।

 

Hot this week

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

Related Articles

Popular Categories