www.samajalive.in
Tuesday, December 9, 2025
16.1 C
Bhubaneswar

ନବରଙ୍ଗପୁର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୩୪ଟି କୋର୍ଟ କେସ ଓ ୩୮୯୧ ରାଜସ୍ୱ ମାମଲାର ଫଇସଲା

ନବରଙ୍ଗପୁର : ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲା ଅଦାଲତ ପରିସରରେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଭରପ୍ରାପ୍ତ ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଜର୍ଜ (ପୋକସୋ) ପ୍ରଣତୀ ସାହାଙ୍କ ନିର୍ଦେଶ କ୍ରମେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ- ୨୦୨୩ ଅନୁଷ୍ଟିତ ହୋଇଯାଇଛି। ପରିବାର ବିଚାରବିଭାଗୀୟ ଜର୍ଜ ଡକ୍ଟର ମୁନରାନୀ ମିଶ୍ର ୧୨ଟି ପାରିବାରିକ ବିବାଦ ମାମଲା ସମାଧାନ କରିଛନ୍ତି । ଅତିରିକ୍ତ ଜିଲା ଜର୍ଜ ଶିବ ପ୍ରସାଦ ମିଶ୍ର ଗୋଟିଏ ଏମଏସିଟି କେସ ଫଇସଲା କରି ଟ.୪,୩୦,୦୦୦/- ଟଙ୍କା କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି ।

ବରିଷ୍ଟ ଦେବାନୀ ଜର୍ଜ ଅନ୍ନପୂର୍ଣ୍ଣା ନାୟକ ୪ଟି ବ୍ୟ।ଙ୍କ ଋଣ ଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୭,୩୯,୨୪୦/- ଟଙ୍କା ରୁଣ ଆଦାୟ କରିଛନ୍ତି। ୨ଟି ଦେବାନି ମକଦ୍ଦମା ସମାଧାନ କରି ଟ.୫,୬୦,୦୦୦/- ଟଙ୍କା ଆଦାୟ କରିଛନ୍ତି। ଜିଲା କୋର୍ଟର ରେଜିଷ୍ଟ୍ରାର ସୁକାନ୍ତ କିଶୋର ଜେନା ପ୍ରମୁଖ ଗୋଟିଏ ଫୌଜଦାରୀ ମକଦ୍ଦମାର ଫଇସଲା କରିଛନ୍ତି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ରାଜଶ୍ରୀ ଆର୍ଯ୍ୟବାଲା ତ୍ରିପାଠୀ ୫୪ଟି ଫୌଜଦାରୀ ମକଦ୍ଦମା ର ଫଇସଲା କରିଛନ୍ତି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୧୩୪ ଗୋଟି କୋର୍ଟ କେସ ଓ ୩୮୯୧ଗୋଟି ରାଜସ୍ୱ କେସ ର ଫଇସଲା କରାଯାଇଛି। ବ୍ୟାଙ୍କର ୩୦ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୧୨,୭୩,୭୬୦/- ରୁଣ ଆଦାୟ କରାଯାଇଛି।

- Advertisement -

ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ, ଅତିରିକ୍ତ ଜିଲା ଜର୍ଜ (ଆଡ଼ହୋକ) ନିରଞ୍ଜନ ସାହୁ , ଯୋଗ ଦେଇଥିଲେ। ଜିଲା ଆଇନ ସେବା ପ୍ରାଧିକରଣର ସଚିବ ଜନକ ରାଉତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories