www.samajalive.in
Friday, December 5, 2025
27.1 C
Bhubaneswar

କଳିଙ୍ଗା ବିଏଡ କଲେଜ ପୁନଃ ଖୋଲିବା ଦାବିରେ ଧାରଣା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗାଠାରେ ରାଜ୍ୟ ସରାକରଙ୍କ ପକ୍ଷରୁ ଖୋଲାଯାଇଥିବା କଳିଙ୍ଗା ବିଏଡ କଲେଜ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ବେଳେ ଏନେଇ ସମଗ୍ର ଜିଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଜି କନ୍ଧମାଳ ଜାଗରଣ ମଂଚ ପକ୍ଷରୁ ଉକ୍ତ ବିଏଡ କଲେଜ ପୁନଃ ଖୋଲିବା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏନେଇ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ପ୍ରଶାସନକୁ ଦିଆଯାଇଥିବା ବେଳେ ଦାବି ପୁରଣ ନହେଲେ ସମଗ୍ର ଜିଲାରେ ଆନ୍ଦୋଳନ ହେବ ବୋଲି ମଧ୍ୟ ଚେତେଇ ଦିଆଯାଇଛି।

ଦିଆଯାଇଥିବା ଦାବିପତ୍ର ଅନୁଯାୟୀ, କନ୍ଧମାଳ ଜିଲା ହେଉଛି ଓଡ଼ିଶାର ଏକ ଅନୁନ୍ନତ ଜିଲା। ଏହି ଜିଲାରେ ଶିକ୍ଷା , ସ୍ୱାସ୍ଥ୍ୟ ଓ ଆର୍ଥିକ ସ୍ଥିତି ଅତି ତୟନିୟ। ସ୍ୱାଧୀନ୍ତାର ୭୫ ବର୍ଷ ପରେ ମଧ୍ୟ କନ୍ଧମାଳ ଜିଲାର ଉଚ୍ଚ ଶିକ୍ଷାର ସନ୍ତୋଷଜନକ ପ୍ରସାର ହୋଇ ନାହିଁ। ଫଳରେ ସବୁ ପ୍ରକାର ସରକାରୀ ଯୋଜନା ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳରେ ଅପହଞ୍ଚ ହୋଇ ରହିଛି। ଗତ ଦିନରେ ନିଜେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ବିଏଡ କଲେଜ ଚଳିତ ଶିକ୍ଷାବର୍ଷ ଠାରୁ ତାହା ସଂପୂର୍ଣ୍ଣଭାବେ ବନ୍ଦ ହୋଇଯାଇଛି। ଏଭଳି ସ୍ଥଳେ ଜିଲାର ଶହ ଶହ ଆଦିବାସୀ ଛାତ୍ରଛାତ୍ରୀ ମାନେ ବୃତ୍ତିଗତ ଶିକ୍ଷାରୁ ସଂପୂର୍ଣ୍ଣ ଭାବେ ବଞ୍ଚିତ ହେବେ। ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ଜିଲାରେ ଅଭିଭାବକ ଓ ବୁଦ୍ଧଜୀବି ମହଲରେ ମଧ୍ୟ ଅସନ୍ତୋଷ ଦେଖାଯାଇଛି।

- Advertisement -

ଅବସର ପ୍ରାପ୍ତ ପ୍ରଶାସକ ମହିରଚାନ୍ଦା ମଲିଙ୍କ ନେତୃତ୍ୱରେ ଲିଇସିଂ ସରପଂଚ ସୁଦର୍ଶନ କହଁର, ଶ୍ରମିକ ନେତା ଜନକ ବଗର୍ତ୍ତିୀ, ଖଜୁରିପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ଆଦିବାସୀ ନେତା ଅବନି କହଁର, ପଞ୍ଚାନନ କହଁର, ଗୌତମ ପ୍ରଧାନ, ତ୍ରିବିକ୍ରମ ମଲିକ, ରମାକାନ୍ତ ମଲିକ, ସଦାନନ୍ଦ ଝାଙ୍କର, ମହାପାତ୍ର ପ୍ରଧାନ, ସୌଦାମିନି କହଁର ଆଦି ବହୁ ବ୍ୟକ୍ତି ବିଶେଷ ଏହି ଧାରଣାରେ ସାମିଲ୍‌‌ ହୋଇଥିଲେ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories