କଣ୍ଟାବାଞ୍ଜି:ତୁରେକେଲା ଲାଠୋର ରାସ୍ତାରେ ଗୋଟିଏ ପିକଅପ ଭ୍ୟାନ ସହ ଏକ ବାଇକ ମୁହଁାମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଡ଼ୁମେର ଚୁଁହା ଗ୍ରାମର ଗୁଣଧର ସଲମା ଘଟଣା ସ୍ଥଳରେ ଗୁରୁତର ଆଘାତ ଲାଗି ସଂଜ୍ଞହୀନ ହୋଇ ତଳେ ପଡିଯାଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ତୁରେକେଲା ଡାକ୍ତର ଖାନା ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କର ମୃତଦେହ ହସ୍ତାନ୍ତର କରାଯାଇଛି। ପୁଲିସ ପିକଅପଭ୍ୟାନ ଚାଳକ ମୁକୁନ୍ଦ ମାଝୀକୁ ଅଟକ ରଖିବା ସହ ଥାନାରେ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଥାନା ଭାର ପ୍ରାପ୍ତ ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ଙ୍କ ସୂତ୍ର ରୁ ଜଣାପଡିଛି।
Popular Categories



