www.samajalive.in
Sunday, December 7, 2025
15.1 C
Bhubaneswar

ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କଲା ପଦ୍ମପୁର ଲ୍ୟାମ୍ପ୍‌ସ

ପଦ୍ମପୁର : ୬୯ତମ ସମବାୟ ମହୋତ୍ସବରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କଲା ପଦ୍ମପୁର ଲ୍ୟାମ୍ପ୍‌ସ। ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ୬୯ତମ ନିଖିଳ ଭାରତ ସମବୟ ସପ୍ତାହ ପାଳନ ଅବସରରେ ରାୟଗଡା ଜିଲ୍ଲାର ପଦ୍ମପୁର ଲ୍ୟାମ୍ପ୍‌ସ ରାଜ୍ୟ ସ୍ତରରେ ଦ୍ୱତୀୟ ସ୍ଥାନ ହାସଲ କରିଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପଦ୍ମପୁର ଲ୍ୟାମ୍ପ୍‌ସ ସଭାପତି ତଥା କେସିସି ନିର୍ଦେଶକ ବୃନ୍ଦାବନ ଶବର ଏବଂ ଲ୍ୟାମ୍ପ୍‌ସ ନିର୍ଦେଶକ ଦୁର୍ଗା ପ୍ରସାଦ ସାହୁଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ। ଏହି ସଫଳତା ପାଇଁ ପଦ୍ମପୁର ଅଞ୍ଚଳର ସମସ୍ତ ଚାଷୀଭାଇ, ତହସିଲ ଏବଂ ଯୋଗାଣ ଅଧିକାରୀ, କୃଷି ବିଭାଗ, ଲ୍ୟାମ୍ପ୍‌ସ ଏବଂ କେସିସି ବ୍ୟାଙ୍କର ସମସ୍ତ କର୍ମଚାରୀ ଅକ୍ଳାନ୍ତ ପରିଶ୍ରମ ତଥା ସମସ୍ତ ନିର୍ଦେଶକଙ୍କ ଆନ୍ତରିକ ସହଯୋଗ ଓ ସାମୂହିକ ଚେଷ୍ଟା ଯୋଗୁଁ ଆଜି ପଦ୍ମପୁର ଲ୍ୟାମ୍ପ୍‌ସ ଏହି ସଫଳତାରେ ପହଞ୍ଚି ପାରିଛି ବୋଲି କେସିସି ନିର୍ଦେଶକ ବୃନ୍ଦାବନ ଶବର ମତବ୍ୟକ୍ତ କରିଥିଲେ। ଆଗାମୀ ଦିନରେ କିପରି ସମସ୍ତ ଚାଷୀ ଆହୁରି ଅଧିକ ଲ୍ୟାମ୍ପ୍‌ସ ମାଧ୍ୟମରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇ ପାରିବେ ଏବଂ ସଶକ୍ତ କୃଷକ ଓଡ଼ିଶା ଗଠନରେ ମୁଖ୍ୟ ଭୂମିକା ନେଇପାରିବେ ସେଥିପାଇଁ ସମସ୍ତେ ମିଳିମିଶି ସଂଗ୍ରାମ ଜାରୀ ରଖିବା ବୋଲି ଲ୍ୟାମ୍ପ୍‌ସ ନିର୍ଦେଶକ ଦୁର୍ଗା ପ୍ରସାଦ ସାହୁ କହିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories