www.samajalive.in
Tuesday, December 9, 2025
16.1 C
Bhubaneswar

ଟ୍ରେନ ଯାତ୍ରୀଙ୍କୁ ହୃଦ୍‍ଘାତ:ମୁଣ୍ଡ ତଳୁ ମିଳିିଲା ୫୦ ଲକ୍ଷ ଟଙ୍କା

ଚାନ୍ଦେଲୀ: ରାଜେନ୍ଦ୍ର ନଗରରୁ ନୂଆଦିଲ୍ଲୀ ଯାଉଥିବା ୧୨୩୦୯ଆପ୍‍ ରାଜଧାନୀ ଟ୍ରେନରେ ଯାତ୍ରା କରୁଥିବା ରାଜେନ୍ଦ୍ର କୁମାର(୬୫) ଏ-୭କୋଚର ୨୩ନମ୍ବର ସିଟ୍‍ରେ ଯାତ୍ରା କରୁଥିଲେ। ବିଳମ୍ବିତ ରାତିରେ ରାଜେନ୍ଦ୍ର କୁମାର ହଠାତ୍‍ ମୁର୍ଚ୍ଛା ଯିବାର ସହଯାତ୍ରୀମାନେ ଏ ସମ୍ପର୍କରେ ଜିଆରପିକୁ ଖବର ଦେଇଥିଲେ। ଜିଆରପିଙ୍କ ଉଦ୍ୟମକ୍ରମେ ରାଜେନ୍ଦ୍ରଙ୍କୁ ଦୀନ ଦୟାଲ ଜଙ୍ଗସନ୍‍ଠାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାରତ ଡାକ୍ତର ରାଜେନ୍ଦ୍ରଙ୍କୁ ବିଏଚୟୁ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ପରେ ଆରପିଏଫ ଆସି ରାଜେନ୍ଦ୍ରଙ୍କ ସାମଗ୍ରୀ ସଂଗ୍ରହ କରିଥିଲେ। ତାଙ୍କ ଆସନ ତଳୁ ୫୦ଲକ୍ଷ ଟଙ୍କାର ଏକ ବ୍ୟାଗ ସମେତ କିଛି କାଗଜପତ୍ର ଉଦ୍ଧାର କରିଥିଲା ଆରପିଏଫ। ରାଜେନ୍ଦ୍ର ଦିଲ୍ଲୀସ୍ଥିତ କରୋଲବାଗ ନିବାସୀ ହୋଇଥିବାବେଳେ ତାଙ୍କ ଚେତା ଫେରି ନଥିବାରୁ ଏତେଗୁଡ଼ିକ ଟଙ୍କା ନେଇ ସେ କାହିଁକି ଯାତ୍ରା କରୁଥିଲେ ଏହା ସ୍ପଷ୍ଟ ହୋଇ ନାହିଁ। ସମସ୍ତ ନୋଟ୍‍ ୨ହଜାର ଓ ପାଞ୍ଚ ଶହ ଟଙ୍କା ବିଡ଼ାରେ ରହିଥିବାବେଳେ ଏ ସମ୍ପର୍କରେ ଆରପିଏଫ ପକ୍ଷରୁ ତାଙ୍କ ପରିବାରବର୍ଗଙ୍କୁ ସୂଚନା ଦିଆଯାଇ ଥିଲା। ପାଟନାରେ ରାଜେନ୍ଦ୍ରଙ୍କ ନାମରେ ଥିବା ଏକ ଜମି ବିକ୍ରି କରି ଏହି ଟଙ୍କା ତାଙ୍କ ଝିଅ ବିବାହ ପାଇଁ ଦିଲ୍ଲୀ ନେଉଥିବା ପରିବାବବର୍ଗ ଆରପିଏଫଙ୍କୁ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories