www.samajalive.in
Sunday, December 7, 2025
15.1 C
Bhubaneswar

ରାଜଧାନୀରେ ଚାଞ୍ଚଲ୍ୟ: ମୁମ୍ବଇରେ ପ୍ରେମ, ଦିଲ୍ଲୀରେ ଲିଭ୍‍ଇନ୍‍, ଆଉ ତା’ପରେ ୩୫ ଖଣ୍ଡ..

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପ୍ରେମିକାକୁ ହତ୍ୟା ପରେ ମୃତଦେହକୁ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିବା ପରେ ଦୀର୍ଘ ୧୮ ଦିନ ଯାଏଁ ମୃତଦେହକୁ ନେଇ ବାହାରେ ପକାଇଥିଲା ପ୍ରେମିକ । ଦୀର୍ଘ ୬ ମାସ ତଳର ଏହି ଘଟଣା ହୋଇଥିବା ବେଳେ ମହରୋଲୀ ଥାନାର ପୁଲିସକୁ ମିଳିଛି ସଫଳତା । ଜଣେ ପ୍ରେମୀ ନିଜ ପ୍ରେମିକାକୁ ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଥିଲା । ମେ ୧୮ର ଏହି ଘଟଣା । ପୁଲିସ ଉକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ଆଫତାବ୍‍ ବୋଲି ଜଣାପଡିଛି । ଯୁବତୀଙ୍କ ନାମ ଶ୍ରଦ୍ଧା ବୋଲି ଜଣାପଡିଛି ।
ସୂଚନାନୁଯାୟୀ, ଆଫତାବ୍‍ ଓ ଶ୍ରଦ୍ଧାଙ୍କ ବନ୍ଧୁତ୍ୱ ଦିଲ୍ଲୀରୁ ଆରମ୍ଭ ହୋଇଥିଲା । ଉଭୟ ଏକ କଲ୍‍ ସେଣ୍ଟରେ କାମ କରୁଥିବା ସମୟରେ ପରସ୍ପର ଜଣାଶୁଣା ହୋଇଥିଲେ । ପରିବାର ବିବାହ ପାଇଁ ରାଜି ନହେବାରୁ ଉଭୟ ଦିଲ୍ଲୀରେ ରହିବାକୁ ଆରମ୍ଭ କରିଥିଲେ । ଯୁବତୀଙ୍କ ପରିବାର ଯୁବତୀଙ୍କ ବିଷୟରେ ବିଭିନ୍ନ ସୋସିଆଲ୍‍ ମିଡିଆରୁ ଖବର ନେଉଥିଲେ । ମାତ୍ର ସୋସିଆଲ୍‍ ମିଡିଆରୁ ଖବର ମିଳିବା ବନ୍ଦ ହେବା ପରେ ଯୁବତୀଙ୍କ ପିତା ଦିଲ୍ଲୀ ଯାଇଥିଲେ । ସେଠାରେ ଝିଅ ବିଷୟରେ କୌଣସି ଖବର ନମିଳିବାରୁ ସେ ଦିଲ୍ଲୀ ପୁଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ । ଯୁବତୀଙ୍କ ବାପାଙ୍କ ଅଭିଯୋଗନୁଯାୟୀ, ତାଙ୍କ ଝିଅ ମୁମ୍ବଇର ଏକ କଲ୍‍ ସେଣ୍ଟରରେ କାମ କରୁଥିଲେ । ସେଠାରେ ଉକ୍ତ ଯୁବକଙ୍କ ସହ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ମାତ୍ର ପରିବାର ଏଥିରେ ଅରାଜି ହେବାରୁ ଉଭୟ ଘର ଛାଡି ଦିଲ୍ଲୀ ଆସି ଲିଭ୍‍ ଇନ୍‍ ରେ ଛତରପୁରରେ ରହିବାକୁ ଆରମ୍ଭ କରିଥିଲେ । ଅଭିଯୋଗ ପରେ ପୁଲିସ ଉକ୍ତ ଯୁବକକୁ ଖୋଜିବାକୁ ଆରମ୍ଭ କରିଥିଲା । ବହୁ ଖୋଜାଖୋଜି ପରେ ଅଫତାବ୍‍କୁ ପୁଲିସ ଗିରଫ କରିଥିଲା । ପୁଲିସ ପଚରାଉଚରା କରିବାରୁ ଅଭିଯୁକ୍ତ ସମ୍ପୂର୍ଣ୍ଣ ଘଟଣା କହିଥିଲା । ଯୁବତୀ ଜଣଙ୍କ ବିବାହ ପାଇଁ ତାଙ୍କ ଉପରେ ଚାପ ପକାଉଥିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହେଉଥିଲା । ଏହାପରେ ଅଭିଯୁକ୍ତ ଜଣକ ନିର୍ମମ ଭାବେ ଯୁବତୀଙ୍କ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରିଥିଲା । ପୁଲିସ କହିବାନୁଯାୟୀ, ଯୁବକ ଜଣକ ନିଜ ପ୍ରେମିକାର ତଣ୍ଟି ଚିପି ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରି ଏକ ନୂଆ ଫ୍ରିଜ କିଣି ସେଥିରେ ରଖିଥିଲା । ପ୍ରାୟ ୧୮ ଦିନ ଯାଏଁ ରାତି ୨ଟା ସମୟରେ ମୃତଦେହର ଖଣ୍ଡ ଅଂଶକୁ ଗୋଟିଏ ଗୋଟିଏ କରି ପ୍ଲାଷ୍ଟିକ ବ୍ୟାଗ୍‍ ରେ ଭର୍ତ୍ତି କରି ନେଇ ଫିଙ୍ଗୁଥିଲା । ଘଟଣାର ତଦନ୍ତ ଜାରି ରହିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories