www.samajalive.in
Saturday, December 6, 2025
26.1 C
Bhubaneswar

ବେଳାଭୂମି ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ଗୋପାଳପୁର:  ଗଞ୍ଜାମ ଜିଲ୍ଲାର ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଓ ସ୍ୱଚ୍ଛତା ପାଇଁ ଚାଲିଥିବା ଅଭିଯାନ ପରି ପ୍ରେକ୍ଷୀରେ ସପ୍ତମ ପର୍ଯ୍ୟାୟରେ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଧବେଳେଶ୍ଵର ବେଳାଭୂମିରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗଂଜାମ ବ୍ଳକର \” ଦି ଇକୋ ୱାରିୟର୍ସ\” ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ \” ଭରସା \” \’ ପ୍ରୟାସରେ ଗଞ୍ଜାମ୍ ରୁ ସୋନପୁର ପର୍ଯ୍ୟନ୍ତ ଦୀର୍ଘ ୭୫ କିଲୋମିଟର ପର୍ଯ୍ୟନ୍ତ ବେଳାଭୂମିକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏକ ଅଭିଯାନ ହାତକୁ ନିଆଯାଇଛି।
ଏହି ଅଭିଯାନରେ ଇକୋ କ୍ଲବ ଜିଲ୍ଲା ସଂଯୋଜକ ଡ଼. ଶଙ୍କର ନାରାୟଣ ବେଜ଼ ଯୋଗଦେଇ ସଫେଇ ଅଭିଯାନରେ ସାମିଲ ହେବା ସହ ଏହାକୁ ସୋନପୁର ସରିବା ପରେ କାର୍ଯ୍ୟକ୍ରମକୁ ଚାଲୁ ରଖିବାକୁ କହିଥିଲେ। ଆଗାମୀ ଦିନ ସବୁ ସଫେଇ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଭିଡ଼ ଯୋଧ୍ୟା ସ୍ୱରସ୍ୱତୀ ମହାଙ୍କୁଡ଼ , ଦି ଇକୋ ୱାରିୟସ \’ର ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ, ଅଖିଳ ତରାଇ , ବସନ୍ତ ସାହୁ, ପ୍ରଣବ ପ୍ରଧାନ, କରୁଣାକର ରେଡ୍ଡୀ , ପ୍ରଭାତ ସାହୁ, ଦୁର୍ଯ୍ୟୋଧନ ରେଡ୍ଡୀ,ମୁନ୍ନା ରେଡ୍ଡୀ,ପ୍ରଶାନ୍ତ ସାହୁ, ଗୁଲାବ ସିଂହ, ପ୍ରକାଶ ରେଡ୍ଡୀ,ରାକେଶ ବାରିକ,ଗୁରୁନାଥ ରେଡ୍ଡୀ,ମିଥୁନ ବାରିକ ପ୍ରମୁଖ ସାମିଲ ହୋଇଥିଲେ। ବେଳାଭୂମିରେ ପ୍ଲାଷ୍ଟିକ ଏଣେ ତେଣେ ନପକାଇ ଡ଼ଷ୍ଟବିନର ବ୍ୟବହାର କରିବା, ବେଳାଭୂମି ସ୍ବଚ୍ଛତା ଅଭିଯାନରେ ସାମିଲ ଲାଗି ପର୍ଯ୍ୟଟକଙ୍କୁ ସଚେତନ କରିଥିଲେ।
ଏହି ଅବସରରେ ୩୦୩ କେ.ଜି କେଜି ପ୍ଲାଷ୍ଟିକ ଆବର୍ଜନା ସଂଗ୍ରହ କରାଯାଇଥିଲା ପରେ ବିଭିନ୍ନ ଔଷଧ ଚାରା ରୋପଣ କରିଥିଲେ।ଏହାକୁ ସ୍ୱେଚ୍ଛାସେବୀ ଦୂର୍ଗା ମାଧବ ପାଣିଗ୍ରାହୀ ସଂଯୋଜନା କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories