www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ବାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ; ଜି-୨୦ ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ଆଜି ବାଲି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜି-୨୦ ସମ୍ମିଳନୀରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆଜି ବାଲି ଗସ୍ତ କରିବେ ବୋଲି ସୂଚନା ମିଳିଛି । ୧୫ ଓ ୧୬ ତାରିଖରେ ଇଣ୍ଡୋନେସିଆର ବାଲିରେ ଜି-୨୦ ସମ୍ମିଳନୀ ହେବ । ପରେ ପରେ ମୋଟ୍ ୨୦ଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି । ତାହା ସହ ୟୁଏସ, ଫ୍ରାନ୍ସ, ୟୁକେ ଓ ଜର୍ମାନୀ ଭଳି ରାଷ୍ଟ୍ର ନେତାଙ୍କ ସହ ମୋଦୀ ବୈଠକ କରିବେ ।

ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ । ଆସନ୍ତା ବର୍ଷ ଭାରତ ପକ୍ଷରୁ ଜି-୨୦ ସମ୍ମିଳନୀ ଆୟୋଜନ କରାଯିବ । ଏହାକୁ ନେଇ ଭାରତର ବୈଦେଶିକ ସଚିବ ପ୍ରତିକ୍ରିୟା ରଖିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏହି ସମ୍ମିଳନୀ ତିନିଟି ଅଧିବେଶନରେ ଅନୁଷ୍ଠିତ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଏହି ତିନୋଟି ଅଧିବେଶନରେ ଅନ୍ୟ ବିଶ୍ୱ ନେତାଙ୍କ ସହ ଅଂଶଗ୍ରହଣ କରିବେ ।

- Advertisement -

ବାଲି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅନ୍ୟ ଜି -୨୦ ନେତାମାନେ ବିଶ୍ୱ ଅର୍ଥନୀତି, ଶକ୍ତି, ପରିବେଶ, କୃଷି, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ପରିବର୍ତ୍ତନ ସମେତ ବିଭିନ୍ନ ପ୍ରସଙ୍ଗରେ ବିଚାର କରିବେ। ଶିଖର ସମ୍ମିଳନୀରେ ତିନୋଟି କାର‌୍ୟ୍ୟ ଅଧିବେଶନ ହେବ ବୋଲି ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବେ ବୋଲି କ୍ୱାଟ୍ରା କହିଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories