www.samajalive.in
Monday, December 8, 2025
17.1 C
Bhubaneswar

ଖୁବଶୀଘ୍ର ଆସୁଛି ଓଲା ଇଲେକ୍ଟ୍ରିକ୍‌ ବାଇକ୍‌, ସୂଚନା ଦେଲେ ସିଇଓ

ଭାରତରେ ଓଲା ଇଲେକ୍ଟ୍ରିକ୍‌ ଇ-ମୋବିଲିଟି ବାଜରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛି। କମ୍ପାନୀ ଭାରତୀୟ ବଜାର ପାଇଁ ଏହାର ଆଗାମୀ ଇଲେକ୍ଟ୍ରିକ୍ କାର୍‌ ବିଷୟରେ ସୂଚନା ଦେଇସାରିଛି ଓ ବଜାରରେ S1 Air, S1, S1 Pro ନାମକ ଏହାର ତିନୋଟି ବୈଦ୍ୟୁତିକ ସ୍କୁଟର ରହିଛି। ତେବେ ବର୍ତ୍ତମାନ ସେମାନେ ଏକ ବୈଦ୍ୟୁତିକ ବାଇକ୍‌ ଉପରେ କାମ କରୁଥିବା କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। କମ୍ପାନୀର ସିଇଓ ଭାବିଶ ଅଗ୍ରୱାଲ ତାଙ୍କର କିଛି ଟ୍ବିଟ୍‌ ମାଧ୍ୟମରେ ଓଲା ଇଲେକ୍ଟ୍ରିକ୍‌ ବାଇକ୍‌ ସମ୍ବନ୍ଧୀୟ ଖବରକୁ ନିଶ୍ଚିତ କରିଛନ୍ତି।

କମ୍ପାନୀର ସିଇଓ ନିକଟରେ ତାଙ୍କ ଟ୍ବିଟର ଫଲୋୟର୍ସଙ୍କୁ ପଚାରିଥିଲେ ଯେ, ସେମାନଙ୍କର କେଉଁ ଭଳି ବାଇକ୍‌ ପସନ୍ଦ। ସ୍ପୋର୍ଟ୍ସ, କ୍ରୁଜର୍‌, ଆଡ୍‌ଭେଞ୍ଚର ନା କ୍ୟାଫେ ରେସର୍‌। ସ୍ପୋର୍ଟ୍ସ କ୍ୟାଟେଗୋରୀକୁ ସବୁଠାରୁ ଅଧିକ ଭୋଟ୍‌ ମିଳିଥିଲା। ତେବେ ବ୍ରାଣ୍ଡର ଆଗାମୀ ଇଲେକ୍ଟ୍ରିକ୍ କାର୍ ଆସିବା ପୂର୍ବରୁ, ଓଲା ଇଲେକ୍ଟ୍ରିକ୍ ବାଇକ୍ ବଜାରକୁ ଆସିପାରେ ବୋଲି ଆଶା କରାଯାଉଛି।

- Advertisement -

ପ୍ରିମିୟମ୍ ସେକ୍ଟରକୁ ଯିବା ପୂର୍ବରୁ କମ୍ପାନୀ ଏହାର ଆଗାମୀ ବାଇକ୍‌ ମାଧ୍ୟମରେ ବଜାରର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରେ। ଦୀପାବଳିରେ ଓଲା S1 Air ସ୍କୁଟରର ଶୁଭାରମ୍ଭ ସମୟରେ ବୈଦ୍ୟୁତିକ ମୋଟରସାଇକେଲ ଆଣିବା ବିଷୟରେ କମ୍ପାନୀ ପକ୍ଷରୁ ସମ୍ୟକ୍‌ ସୂଚନା ଦିଆଯାଇଥିଲା। ବ୍ରାଣ୍ଡ୍‌ର ସିଇଓ କହିଥିଲେ ଯେ, “ଆସନ୍ତା ୧୨ ମାସ ମଧ୍ୟରେ ଆମେ ସମସ୍ତ ଦୁଇ ଚକିଆ ଇଭି ଯାନ ନିର୍ମାଣ କରିବୁ”। ଗତ ମାସ ଓଲା ଇଲେକ୍ଟ୍ରିକ୍‌ ୨୦,୦୦୦ରୁ ଊର୍ଦ୍ଧ୍ବ ସ୍କୁଟର ବିକ୍ରି କରିଛି, ଯାହା ବୈଦ୍ୟୁତିକ ଦୁଇ ଚକିଆ ଯାନ କ୍ଷେତ୍ରରେ ବ୍ରାଣ୍ଡର ଦବଦବାକୁ ସୂଚାଉଛି।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories