www.samajalive.in
Monday, December 8, 2025
27.1 C
Bhubaneswar

କନ୍ଧ କୂଳ ସମାଜର ସହାୟତାରେ ମିଶିଲେ ବିଛିନ୍ନ ପରିବାର

କଲ୍ୟାଣସିଂହପୁର: କନ୍ଧ କୂଳ ସମାଜର ସହାୟତାରେ ମିଶିଲେ ବିଚ୍ଛିନ୍ନ ହୋଇଯାଇଥିବା ଦମ୍ପତି ଓ ତାଙ୍କ ପରିବାର। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବଡନାୟକଗୁଡା ଗାଁର ଝିଅ ଓ ଭେଜା ଗାଁର ପୁଅ ଏବଂ ତାଙ୍କ ପରିବାରକୁ କନ୍ଧ କୂଳ ସମାଜର ସହାୟତାରେ ମିଶାଇ ପୁଣି ମନ୍ଦିରରେ ବିବାହ କରାଯାଇଛି । କୋଲନରା ବ୍ଲକ ଭେଜା ଗାଁର ଉତ୍ତରା ମିଣିଆକାଙ୍କ ଜ୍ୟେଷ୍ଠ ପୁତ୍ର ମଣ୍ଡୁ ମିଣିଆକାଙ୍କ ସହିତ କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ବଡନାୟକଗୁଡା ଗାଁର ସବିନାଥ କାଡ୍ରାକାଙ୍କ ଜ୍ୟେଷ୍ଠ କନ୍ୟା ସୁନିତା କାଡ୍ରାକା ମଧ୍ୟରେ ପ୍ରେମ ବିବାହ ହୋଇଥିଲା । ଉଭୟ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କୌଣସି କାରଣ ଯୋଗୁଁ ଏକ ବର୍ଷ ଧରି ବିଛିନ୍ନ ହୋଇ ରହିଥିଲେ । ଏହାକୁ ନେଇ ସ୍ଥାନୀୟ କନ୍ଧକୂଳ ସମାଜର ଉପସଭାପତି କାମସିଙ୍ଗ କାଡ୍ରାକା, ଉପଦେଷ୍ଟା ଲକ୍ଷ୍ମୀ ପ୍ରାସ୍କା, ବିଶ୍ୱନାଥ କାଡ୍ରାକା, ନାରାୟଣପୁର ସରପଞ୍ଚ ସୀତାରାମ କାଡ୍ରାକା ଓ ଉଭୟ ପରିବାରର ଲୋକଙ୍କ ମିଳିତରେ ବସି ସବୁ ବିଷୟରେ ଆଲୋଚନା କରିଥିଲେ । ଏହା ପରେ ଵିଛିନ୍ନ ହୋଇଥିବା ପ୍ରେମୀ ଯୁଗଳ ମଣ୍ଟୁ ମିଣିଆକା ଓ ସୁନିତା କାଡ୍ରାକାଙ୍କୁ ମିଶାଇ ସୁନ୍ଦର ପରିବାର ତିଆରି କରିବା ପାଇଁ କହିବା ସହିତ ନିକଟସ୍ଥ ମନ୍ଦିରରେ ଉଭୟଙ୍କ ମଧ୍ୟରେ ଫୁଲମାଳ ପକାଇ ନୂତନ ଭାବେ ଦାମ୍ପତ୍ୟ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ଉଭୟ ପରିବାର କନ୍ଧକୂଳ ସମାଜକୁ କୃତଜ୍ଞତା ଜଣାଇଥିଲେ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories