ଅବ୍ୟବସ୍ଥାରେ ଅଲଣ୍ଡା ପ୍ରାଥମିକ ବିଦ୍ୟାଳୟ
କଲ୍ୟାଣସିଂହପୁର : ରା ୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଅଲଣ୍ଡା ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥାରହିଥିବା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ୧୯୬୭ ମସିହାରେ ସ୍ଥାପିତ ହୋଇଥିଲା। ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୩୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇଜଣ ଶିକ୍ଷୟତ୍ରୀ ରହିଛନ୍ତି । ଏହି ବିଦ୍ୟାଳୟରେ ସମସ୍ତ କାର୍ଯ୍ୟ ସଠିକ ଭାବରେ ଚାଲୁଥିବା ବେଳେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟରେ ସୁରକ୍ଷା ପାଚେରୀ ,ଖେଳ ପଡିଆ, ପାଣି ଟାଙ୍କି ଓ ହାତଧୁଆ ବେସିନ ଲଗାଯାଇ ହୋଇପାରୁନାହିଁ ବୋଲି ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ହେଉଛି । ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ କରୁଥିବା ବେଳେ ଗାଈଗୋରୁ ଆସି ପିଲାଙ୍କ ଖାଇବା ଥାଳିରେ ମୁହଁ ମାରି ଖାଇଦେଉଛନ୍ତି ।
ଯାହାଫଳରେ ଛାତ୍ରଛାତ୍ରୀ ଭୋକରେ ରହୁଥିବାରୁ ସେମାନଙ୍କୁ ବିସ୍କୁଟ ଦେଇ ଥିବା ଜଣାପଡୁଛି। ଏହି ବିଷୟରେ ସିଆରସିସି, ବ୍ଲକ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଲିଖିତ ଦେବା ପରେ ମଧ୍ୟ କୌଣସି କାର୍ଯ୍ୟ ହେଉନଥିବା ଅଭିଯୋଗ କରିଛନ୍ତି । ବିଦ୍ୟାଳୟକୁ ଲାଗି ମୁଖ୍ୟ ରାସ୍ତା ରହିଛି । ଛାତ୍ର ଛାତ୍ରୀ ଖେଳୁଥିବା ବେଳେ ଯଦି ବାହାରକୁ ଚାଲି ଯାଆନ୍ତି ସେତେ ବେଳେ କୌଣସି ଅପ୍ରିତିକର ପରିସ୍ଥିତି ଉପୁଜିଲେ କିଏ ଦାୟୀ ରହିବେ ବୋଲି କହିଛନ୍ତି । ତୁରନ୍ତ ଉକ୍ତ ବିଦ୍ୟାଳୟକୁ ପାଣି ଟାଙ୍କି , ହାତଧୁଆ ବେସିନ ସହିତ ସୁରକ୍ଷା ପାଚେରୀ ନିର୍ମାଣ ବ୍ୟବସ୍ଥା କରିବା ପାଇଁ ଅଭିଯୋଗ କରିଛନ୍ତି ।
ଏସମ୍ପର୍କରେ ଅତିରିକ୍ତ ବ୍ଲକଶିକ୍ଷା ଅଧିକାରୀ ବିଜୟ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଲେ ପାଣି ଓ ପାଚେରୀ ନିର୍ମାଣ ବ୍ୟବସ୍ଥା ଶିକ୍ଷା ବିଭାଗ ଦ୍ଵାରା କରାଯିବାର ନାହିଁ । ତାହା ସମିତି ସହାୟତାରେ ପଞ୍ଚାୟତ ଦ୍ୱାରା କରାଯିବ। ବର୍ତ୍ତମାନ ଆମ ଦ୍ୱାରା ପଞ୍ଚାୟତକୁ କୁହାଯାଇଛି ବୋଲି କହିଛନ୍ତି । ଏସମ୍ପର୍କରେ ପଞ୍ଚାୟତ ଅଧିକାରୀ ସନ୍ତୋଷ ସାହୁଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

Comments are closed.