www.samajalive.in
Monday, December 8, 2025
17.1 C
Bhubaneswar

ମାଣ୍ଡିଆର ବିକାଶ ପାଇଁ ସଚେତନତା ରଥର ଶୁଭାରମ୍ଭ

ଜି ଉଦୟଗିରି: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଜନବିକାଶ ସହାୟତାରେ ମାଣ୍ଡିଆ ଦିବସ ଉପଲକ୍ଷେ ଓଡ଼ିଶା ମିଲେଟ ମିଶନ କାର୍ଯ୍ୟକ୍ରମରେ ମାଣ୍ଡିଆର ବିକାଶ ପାଇଁ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପାଣିଗ୍ରାହୀ, ଗୋଷ୍ଠି କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନ, କୃଷି ଅଧିଦର୍ଶକ କାଳୀ ଚରଣ ସାହୁ ଉପସ୍ଥିତ ଥିଲେ। ଉକ୍ତ ରଥ ଆଜିଠାରୁ ସ୍ଥାନୀୟ କୃଷି ଅଧିକାରୀ କାର୍ଯ୍ୟାଳୟରୁ ବାହାରି ୧୦ତାରିଖ ସୁଦ୍ଧା ଆଠୋଟି ପଞ୍ଚାୟତ ଓ ଏନଏସିରେ ସଚେତନତା କରାଯିବା ନେଇ ସମ୍ପାଦକ ମଦନ ସୁଆଲ ସିଂ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମକୁ ସଙ୍ଗଠନ ସହ ସମ୍ପାଦକ ତ୍ରିନାଥ କହଁର, ବ୍ଲକ ସଂଯୋଜକ ଅରୁଣ କୁମାର ନାୟକ, ବ୍ଲକ ସହ ସଂଯୋଜକ ସୁଶିଲ କୁମାର ମାଝୀ ଓ ସଙ୍ଗଠନର ଅନ୍ୟାନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories