www.samajalive.in
Monday, December 8, 2025
24.1 C
Bhubaneswar

ଶୂନ୍ୟରେ ଝୁଲୁଛି ପଥର; ଆସ ବୁଲିଯିବା ଗୋଲଡେନ୍ ରକ୍

ମିଆଁମାର: ରହସ୍ୟମୟ ପୃଥିବୀ । ପ୍ରକୃତିର କୋଳରେ ଆଜି ବି ଅନେକ କଥା ରହସ୍ୟ ହୋଇ ରହିଯାଇଛି । ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ତାର ତଥ୍ୟକୁ ଖୋଜି ପାଇପାରିନାହିଁ । ସେମିତି ଏକ ରହସ୍ୟମୟ ଘଟଣା ଦେଖିବାକୁ ମିଳିଛି ମିଆଁମାରରେ ।

ଯାହାର କାହାଣୀ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଦେଖୁଥିବା ଏହି ସୁନ୍ଦର ପଥର ଏମିତି ସେମିତି ପଥର ନୁହେଁ, ଏହାକୁ ନେଇ ରହିଛି ଅନେକ କିଛି କଥା । ଭୂମି ଠାରୁ  ପ୍ରାୟ ୧୧ଶହ ମିଟର ଉଚ୍ଚରେ ରହିଛି ଏହି ଭାରି ସୁବର୍ଣ୍ଣ ପଥର । ଯାହାକୁ ‘ଗୋଲଡେନ୍‌ ରକ୍‌’ ବୋଲି କୁହାଯାଏ । ଏହି ପଥର ଗୋଟିଏ ଖାଲ ଉପରେ ରହିଛି ।

- Advertisement -

ଯାହା କୌଣସି ଆଡ଼କୁ ଢଳେ ନାହିଁ । ‘ଗୋଲଡେନ୍‌ ରକ୍‌’ ସହ ଭଗବାନ ବୌଦ୍ଧଙ୍କ କିଛି ସମ୍ପର୍କ ଥିବା ମଧ୍ୟ କୁହାଯାଏ । ଐତିହାସିକ ତଥ୍ୟ ଅନୁସାରେ ଏହି ପଥର ଭଗବାନ ବୌଦ୍ଧଙ୍କ କେଶ ଉପରେ ରହିଥାଏ ବୋଲି ବିଶ୍ୱାସ ରହିଛି । ଯାହାକୁ ଏକାଦଶ ଶତାବ୍ଦୀରେ ଜଣେ ବୌଦ୍ଧ ଭିକ୍ଷୁ ଏକ ଖାଲରେ ରଖିଥିଲେ । ସେବେଠାରୁ ଏହି ପଥର କେବେ କୌଣସି ସ୍ଥାନକୁ ଘୁଞ୍ଚିନାହିଁ । କି କେହି ଘୁଞ୍ଚାଇ ପାରିନାହାନ୍ତି ।

ହେଲେ କୁହାଯାଏ କେବଳ ଏହି ପଥରକୁ ଅନ୍ୟସ୍ଥାନକୁ ଜଣେ ମହିଳା ଘୁଞ୍ଚାଇପାରିବେ । ତେଣୁ ଏହାକୁ ଛୁଇଁବାକୁ ମହିଳାମାନଙ୍କୁ ଅନୁମତି ଦିଆଯାଇନାହିଁ | କେବଳ ମହିଳାମାନେ ଏହି ପଥରକୁ ଦୂରରୁ ଦେଖିବାକୁ ଅନୁମତି ରହିଛି ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories