କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତ ପାଟବନ୍ଧ ନିକଟ ବୁଲାଣି ଘାଟି ଠାରେ ସାଇକେଲ ଓ ବାଇକ ଧକ୍କାରେ ଦୁଇଜଣ ଆହତ ହୋଇ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଜି ସୁନାଖଣ୍ଡି ପଞ୍ଚାୟତର ଦୁଇଯୁବକ ଗୋପାଳ କର୍ଷିକା (୨୨), ଆର୍ଜୁ ହୁଈକା (୨୫) ଏକ ସାଇକେଲରେ କଲ୍ୟାଣସିଂହପୁର ବଜାରକୁ ଆସି ଫେରୁଥିବା ବେଳେ ବିପରୀତ ଦିଗରୁ ଏକ ବାଇକରେ ଦୁଇ ଯୁବକ ଆସୁଥିବା ରୁ ଉଭୟଙ୍କ ମଧ୍ୟରେ ଧକ୍କା ହୋଇଥିଲା । ଘଟଣାସ୍ଥଳ ରୁ ବାଇକ ଆରୋହି ଚାଲିଯାଇଥିବା ବେଳେ ସାଇକେଲ ଆରୋହି ରାସ୍ତାରେ ପଡି ଛଟପଟ ହେଉଥିଲେ । ଏହାକୁ କିଛି ଲୋକ ଦେଖି ସ୍ଵାସ୍ଥ୍ୟ ବିଭାଗ ଓ ଥାନାକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ରୋଗିବୁହା ଗାଡି ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିକରିଥିଲେ । ଘଟଣା ସ୍ଥଳରେ ପୁଲିସ ପହଂଚି ତଦନ୍ତ ଚାଲିଛି ।
Popular Categories



