www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ମୋ ପରିବାର ନିଃଶୁଳ୍କ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଉପହାର ଭାବେ ଯୋଗାଇ ଦିଆଯାଇଥିବା ନିଃଶୁଳ୍କ ଆମ୍ବୁଲାନ୍ସ ସେବାର ବୁଧବାର ଶୁଭ ଉଦ୍‌ଘାଟନ କରାଯାଇଛି। ରାଜ୍ୟ ବିଜୁ ଜନତା ଦଳର ଉପଦେଷ୍ଟା ସୁଧୀର କୁମାର ଦାସଙ୍କ ତତ୍ବାବଧାନରେ ସେବା ସଫଳ ହୋଇଛି। ଏହି ସେବା ଦ୍ବାରା ଜରୁରୀକାଳିନ ପରିସ୍ଥିତିରେ ରୋଗୀମାନେ ଉପକୃତ ହୋଇ ପାରିବେ। ଏହି ଆମ୍ବୁଲାନ୍ସରେ ରାଜ୍ୟ ତଥା ରାଜ୍ୟ ବାହାରକୁ ମଧ୍ୟ ରୋଗୀ ସ୍ଥାନାନ୍ତରଣ ପାଇଁ ସୁବିଧା ହୋଇପାରିବ। ଆଜି ମା’ ସିତଲମା ମନ୍ଦିରଠାରେ ପୂଜାର୍ଚ୍ଚନା କରାଯାଇ ରୋଗୀବୁହା ଗାଡିକୁ ଉଦଘାଟନ କରାଯାଇଛି। ଏହି ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜେଡି ବରିଷ୍ଠ ନେତା ତଥା ବିଧାୟକଙ୍କ ପ୍ରତିନିଧି ବୃନ୍ଦାବନ ପାଢ଼ୀ, ବରିଷ୍ଠ ନେତା ଏମ ଧର୍ମେନ୍ଦ୍ର ଓ ଦଳୀୟ କର୍ମୀମାନେ ଉପସ୍ଥିତ ରହିଥିଲେ। ଏହି ଆମ୍ବୁଲାନ୍ସ ଡ୍ରାଇଭର ଭାବେ ତ୍ରିନାଥ ଦଳେଇଙ୍କୁ ନିଯୁକ୍ତ କରାଯାଇଛି। ଏହି ସୁବିଧା ଯୋଗାଇ ଦେବା ଯୋଗୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ସୁଧୀର ଦାସଙ୍କୁ ଅଞ୍ଚଳବାସୀ ଧନ୍ୟବାଦ ଜଣାଇଛନ୍ତି।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories