www.samajalive.in
Monday, December 8, 2025
27.1 C
Bhubaneswar

ଅଲୋଡ଼ା ବୃଦ୍ଧଙ୍କୁ ରକ୍ତଦେଲେ ଥାନାଧିକାରୀ

ବ୍ୟାସନଗର: ବାର୍ଦ୍ଧକ୍ୟରେ ଘରୁ ଅଲୋଡ଼ା ହୋଇ ଯାଜପୁରରୋଡ ରେଳ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା ଜଣେ ସତୁରୀପର ରକ୍ତହୀନତା ରୋଗାକ୍ରାନ୍ତ ବୃଦ୍ଧଙ୍କୁ ଯାଜପୁରରୋଡ ଥାନା ଅଧିକାରୀ ରକ୍ତଦାନ କରି ଜୀବନ ବଞ୍ଚାଇବା ଘଟଣା ସହରରେ ଚର୍ଚ୍ଚାର ଖବର ପାଲଟିଛି। ଯାଜପୁର ଜିଲାର ବ୍ୟାସନଗର ସହରର ମୁଣ୍ଡମାଳ ଗ୍ରାମର ଦାମୋଦର ମୁଣ୍ଡା, ଢ଼େଙ୍କାନାଳ ଜିଲା ଭୁବନ ଗ୍ରାମର ହୃଷିକେଶ ଦାସ ଓ କେନ୍ଦୁଝର ଜିଲା ମଛାଳ ଗ୍ରାମର କୀର୍ତ୍ତନ ଜେନା ବୟସର ଅପରାହ୍ଣରେ ଘରୁ ତଡ଼ା ଖାଇ ରେଳଷ୍ଟେସନରେ ଆଶ୍ରୟ ନେଇଥିଲେ। ଭିକ୍ଷାବୃତ୍ତି କରି ଜୀବନ ଜୀଉଁଥିଲେ। ଷ୍ଟେସନରେ ଦିନତମାନ ପଡିରହିଥିବା ତିନି ବୃଦ୍ଧଙ୍କ ମଧ୍ୟରୁ ଭୋକଉପାସ ଯୋଗୁଁ ଗୁରୁତର ରକ୍ତହୀନତାର ଶିକାର ହୋଇପଡିଥିଲେ ଦାମୋଦର। ଏହି ଖବର ଶୁଣି ସମାଜସେବୀ ସଂଗଠନ ‘କ୍ଲବ ଦି ୟୁଥ୍‍ ମାସ୍‌’ର ସଂପାଦକ ରାଜେଶ ରାଉତ ସଂପୃକ୍ତ ବୃଦ୍ଧଙ୍କୁ ଯାଜପୁରରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପ୍ରାଥମିକ ଚିକିତ୍ସାପରେ ବୃଦ୍ଧଙ୍କର ହିମୋଗ୍ଲୋବିନ୍‍ ମାତ୍ର ୨.୮ ଥିବା ଡାକ୍ତର କହିବାପରେ ଖୋଜା ପଡିଥିଲା ରକ୍ତ। ସଂପୃକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ନଥିବାରୁ ହ୍ୱାଟସ୍‌ ଆପ୍‌ ଗ୍ରୁପରେ ଏହି ଖବର ଛାଡିଥିଲେ। ଖବରପାଇ ଯାଜପୁରରୋଡ ଥାନା ଅଧିକାରୀ ଅମିତାଭ ମହାପାତ୍ର ଡାକ୍ତରଖାନାରେ ପହଞ୍ଚି ରକ୍ତଦାନ କରିଥିଲେ। ଫଳରେ ସଂପୃକ୍ତ ବୃଦ୍ଧ ଏବେ ଉପଶମ ଲଭିଛନ୍ତି। ରକ୍ତଦାନ ସହ ଏଭଳି ଅଭାବୀ ଓ ଅସହାୟ ଲୋକଙ୍କ ପାଇଁ ଆପାତକାଳୀନ ଚିକିତ୍ସା ପାଣ୍ଠି ପ୍ରସ୍ତୁତ ପାଇଁ ଥାନା ଅଧିକାରୀ ମତ ଦେଇ ନିଜେ ପ୍ରଥମେ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଉଭୟ ସ୍ବେଚ୍ଛାସେବୀ ସଂଗଠନ ଓ ଥାନାଧିକାରୀଙ୍କ ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ଆଜିର ଦିନରେ ଅଜଣା ବ୍ୟକ୍ତି ସେବା ଓ ସହାୟତା ଦେଉଥିବାବେଳେ ନିଜ ଲୋକେ ବୃଦ୍ଧାବସ୍ଥାରେ ଏମାନଙ୍କୁ ଘରୁ ତଡିଦେବା ଘଟଣାକୁ ବୁଦ୍ଧିଜୀବୀ ମହଲାରୁ ସମାଲୋଚନା କରାଯାଇଛି।

Hot this week

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

Related Articles

Popular Categories