www.samajalive.in
Sunday, December 7, 2025
15.1 C
Bhubaneswar

ପୋଲ ଛିଣ୍ଡିବା ଘଟଣା ; ଛାତିଥରା କାହାଣୀ ବଖାଣିଲେ ପ୍ରତ୍ୟକ୍ଷଦର୍ଶୀ , କହିଲେ..

ଅହମ୍ମଦାବାଦ : ଛକି ବସିଥିଲା ମୃତ୍ୟୁ। କେହି କିଛି ବୁଝିବା ପୂର୍ବରୁ ନିମିଷକ ମଧ୍ୟରେ ଲିଭିଯାଇଥିଲା ଅନେକଙ୍କ ଜୀବନ ଦୀପ। ଆଖି ସାମ୍ନାରେ ଥିଲା ଛାତିଥରା ଦୃଶ୍ୟ। ଗୁଜରାଟର ମୋରବୀ ଜିଲାର ମଚ୍ଛୁ ନଦୀରେ ଥିବା ଝୁଲାପୋଲରେ ଗତକାଲି ସନ୍ଧ୍ୟାରେ ଘଟିଥିବା ସେହି ହୃଦୟ ବିଦାରକ ଘଟଣାରେ ଜଣେ ପ୍ରତ୍ୟକ୍ଷଦର୍ଶୀ ସେହି ସମୟର ଛାତିଥରା ଦୃଶ୍ୟ କହିଛନ୍ତି। ନଦୀ କୂଳ ନିକଟରେ ଥିବା ଜଣେ ଚା’ ଦୋକାନୀଙ୍କ କହିବାନୁଯାୟୀ, ଜୀବନରେ ସେ କେବେ ଏଭଳି ଦୁଃଖଦ ଘଟଣା ଦେଖି ନାହାଁନ୍ତି। ତାଙ୍କ ସାମ୍ନାରେ ଜଣେ ଗର୍ଭବତୀ ମହିଳା ଆଖି ବୁଜିଦେଇଥିଲେ। ଲୋକେ ତାର ଧରି ଲଟକି ରହିଥିଲେ। ନଦୀରେ ଖସି ପଡୁଥିଲେ। କିନ୍ତୁ ସେ କିଛି କରିପାରିନଥିଲେ। ନଦୀରେ ଖସିପଡିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚାହିଁଥିଲେ ମଧ୍ୟ ଉକ୍ତ ଦୋକାନୀ ଓ ସ୍ଥାନୀୟ ଲୋକେ ସେଥିରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇପାରିନଥିଲେ। ଝୁଲା ପୋଲ ଛିଣ୍ଡି ପଡିବା ପରେ ନଦୀରେ ଖସିପଡିଥିବା ଲୋକଙ୍କୁ ଉଦ୍ଧାର ପାଇଁ ବହୁ ଚେଷ୍ଟା କରାଯାଇଥିଲା। ମାତ୍ର ତାହା ସମ୍ଭବ ହୋଇ ପାରିନଥିଲା। ମୃତକଙ୍କ ମଧ୍ୟରେ ଶିଶୁ ମଧ୍ୟ ରହିଛନ୍ତି।
ଏହି ଅଘଟଣକୁ ୧୫ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଧିକାରୀଙ୍କ କହିବାନୁସାରେ ଏଯାଏଁ ୧୩୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୧୭୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ମଧ୍ୟ କିଛି ନିଖୋଜ ରହିଛନ୍ତି।
ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚିଥିବା ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ସେ ଓ ତାଙ୍କ ପରିଜନ ପୋଲରେ ପହଞ୍ଚିବା ସମୟରେ କିଛି ଯୁବକ ଜାଣିଶୁଣି ପୋଲର ରଶିକୁ ଟଣାଓଟରା କରୁଥିଲେ। ଏଥିରେ ପୋଲରେ ଯିବା ଆସିବା କରୁଥିବା ଲୋକେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ପୋଲରେ ଯିବା ବିପଦଜନକ ଭାବି ପୋଲ ଆରମ୍ଭରୁ ହିଁ ଫେରି ଆସିଥିଲେ। ପୋଲର କର୍ମଚାରୀଙ୍କୁ ଏ ନେଇ ସେ ଜଣାଇଛନ୍ତି ବୋଲି ମଧ୍ୟ କହିଥିଲେ। ମାତ୍ର ସେମାନେ ଏଥିପ୍ରତି ଧ୍ୟାନ ଦେଇନଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ପୋଲର କ୍ଷମତା ପ୍ରାୟ ୧୦୦ ଜଣଙ୍କର। ପୋଲରେ ଯିବା ପାଇଁ ୧୫ ଟଙ୍କା ଦେବାକୁ ପଡିଥାଏ। ଦୀପାବଳି ପୂର୍ବରୁ ସଠିକ ଭାବେ ପୋଲର ନିରାପତ୍ତା ଯାଞ୍ଚ କରାନଯାଇ ପୂର୍ବରୁ ବନ୍ଦ ଥିବା ଏହି ପୋଲକୁ ମରାମତି କରାଯାଇ ଖୋଲାଯାଇଥିଲା। ଏହି ଅଘଟଣ ଘଟିବା ସମୟରେ ପୋଲରେ ପ୍ରାୟ ୪ ଶହ ରୁ ୫ ଶହ ଲୋକେ ଥିଲେ। ଅଧିକ ଭାର ସମ୍ଭାଳି ନପାରିବାରୁ ପୋଲ ଛିଣ୍ଡି ପଡିଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories