www.samajalive.in
Monday, December 8, 2025
27.1 C
Bhubaneswar

୩ ଦଫା ଦାବୀରେ ପ୍ରାଥମିକ ଶିକ୍ଷକ ସଂଘର ଶୋଭାଯାତ୍ରା ଓ ସ୍ମାରକପତ୍ର ପ୍ରଦାନ

ଦେବଗଡ଼ : ୬ବର୍ଷର ଠିକା ଚାକିରୀ ପ୍ରଥାକୁ ମୂଳ ଚାକିରୀରେ ଗଣନା କରି ୬ଟି ଇନକ୍ରିମେଂଟ ପ୍ରଦାନ କରିବା, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନଶନ ଯୋଜନା କାର୍ଯ୍ୟକାରୀ କରିବା ଓ ଏକ୍ସ କ୍ୟାଡର ଉଚ୍ଛେଦ କରି ଶିକ୍ଷକ ଲେଭେଲ (ଭିଏ) କ୍ୟାଡରଭୁକ୍ତ କରିବା ଦାବୀରେ ବାରକୋଟ ବ୍ଲକ ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଗତକାଲି ପୂର୍ବାହ୍ନରେ ବାରକୋଟ ବ୍ଲକ ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଫଗୁ ପାତ୍ର ଓ ସମ୍ପାଦକ ଯଦୁମଣି ବେହେରାଙ୍କ ସମେତ ସଂଘର ବହୁ ସଦସ୍ୟ ସଦସ୍ୟା ବାରକୋଟ ଠାରେ ଆୟୋଜିତ ଏକ ସଭାରେ ସମବେତ ହୋଇ ସଂଘର ଦାବୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବାପରେ ଏକ ଶୋଭାଯାତ୍ରାରେ ବିଭିନ୍ନ ସ୍ଳୋଗାନ ସହ ବାରକୋଟ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ। ସେଠାରେ  ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଅର୍ଥ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାରକୋଟ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଉପରୋକ୍ତ ୩ ଦଫା ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେବଗଡ ଜିଲା ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ ସଂଘର ସଭାପତି ତ୍ରିନାଥ ଖୁଂଟିଆ,କାର୍ଯ୍ୟକାରୀ ସଭାପତି ମେଘନାଦ ରଣଜିତ ଓ କୋଷାଧ୍ୟକ୍ଷ ଫଣୀନ୍ଦ୍ର ଧଳଙ୍କ ସମେତ ଜିଲା କମିଟୀର ବହୁ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories