www.samajalive.in
Tuesday, December 9, 2025
17.1 C
Bhubaneswar

ବିଜୁଳି ଖୁଣ୍ଟରେ ପିଟିହେଲା କାର୍‌‌ ; ଗୋଟିଏ ପରିବାରର ୬ ମୃତ

ପ୍ରୟାଗରାଜ : ଉତ୍ତରପ୍ରଦେଶର ସୌରାଓବ ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁବାର ସକାଳେ ଶିବଗଡରୁ କିଛି ଶ୍ରଦ୍ଧାଳୁ ଏକ ଟବେରା କାରରେ ଆସୁଥିବା ବେଳେ  ବିଜୁଳି ଖୁଣ୍ଟ ସହ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଟବେରା କାର୍‌‌ରେ ଥିବା ଗୋଟିଏ ପରିବାରର ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ତଦନ୍ତ ଆରମ୍ଭ ହୋଇଛି। ତୁରନ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଇଣ୍ଡିଆ ଟୋଲ୍‌‌ ପ୍ଲାଜା ନିକଟରେ ସକାଳେ ୬ଟା୪୦ରେ ଏହି ଦୁର୍ଘଟଣା ଘଟିଛି। କାରରେ ଥିବା ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଯାଉଥିବା ସମୟରେ ଇଣ୍ଡିଆ ଟୋଲ୍‌‌ ପ୍ଲାଜା ନିକଟରେ କାରଟି ଅନିୟନ୍ତ୍ରିତ ହୋଇ ବିଜୁଳି ଖୁଣ୍ଟରେ ପିଟି ହୋଇଯାଇଥିଲା। ଫଳରେ ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚିବା ପରେ କାରଟିକୁ କ୍ରେନ ଦ୍ୱାରା ହଟାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories