ଫୁଲବାଣୀ: ଶନିବାର ଦିନ ସକାଳ ସମୟରେ ଖଜୁରୀପଡ଼ା ବ୍ଲକ ଖଜୁରୀପଡ଼ା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ କୁନ୍ଦା ଗ୍ରାମର ଦୁଃଶାସନ ମାଝି ବୟସ (୫୩) ଘର ଠାରୁ ୫୦୦ମିଟର ଦୂର ପାଣିଚୁଆ ଜଙ୍ଗଲକୁ ଶୌଚ ହେବ ପାଇଁ ଯାଇଥିବା ବେଳେ ୩ଟି ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଗୋଟିଏ ବଡ଼ ଭାଲୁ ହୋଇଥିବା ବେଳେ ଦୁଇଟି ଛୁଆ ଭାଲୁ। ବୃଦ୍ଧ ଜଣକ ଭାଲୁ ଆକ୍ରମଣରେ ଆହତ ହୋଇ ପ୍ରଥମେ ଖଜୁରୀପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଫୁଲବାଣୀ ଜିଲ୍ଲାମୁଖ୍ୟ ଡାକ୍ତରଖାନାକୁ ରେଫର କରିଥିଲେ। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଦେଖାଯାଇଛି।
Popular Categories



