www.samajalive.in
Monday, December 8, 2025
17.1 C
Bhubaneswar

ସାମ୍ବାଦିକ ଖାସୋଗିଙ୍କ ହତ୍ୟାକାଣ୍ଡ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଥିଲା: ତୁର୍କୀ ରାଷ୍ଟ୍ରପତି 

ଇସ୍ତାନବୁଲ : ନିଖୋଜ ଆମେରିକା ଖବରକାଗଜ ‘ୱାଶିଂଟନ ପୋଷ୍ଟ’ର ସାମ୍ବାଦିକ ଜମାଲ ଖାସୋଗିଙ୍କ ଶବର ଅଂଶ ମଙ୍ଗଳବାର ତୁର୍କୀର ରାଜଧାନୀ ଇସ୍ତାନବୁଲସ୍ଥିତ ସାଉଦି ଆରବ ରାଷ୍ଟ୍ରଦୂତଙ୍କ ଘର ବଗିଚାରୁ ମିଳିଛି। ଅକ୍ଟୋବର ୨ରେ ସାଉଦି ଆରବ ଦୂତାବାସ ମଧ୍ୟରେ ତାଙ୍କର ହତ୍ୟା କରାଯାଇଥିଲା ବୋଲି ତୁର୍କୀର ରାଷ୍ଟ୍ରପତି ରିସିପ ତୟାପି ଏରଡୋଗାନ ଦାବି କରିଛନ୍ତି। ସେ କହିଛନ୍ତି ଯେ ଜମାଲଙ୍କୁ ହତ୍ୟା ପାଇଁ ସାଉଦି ଆରବ ସେପ୍ଟେମ୍ବର ୨୮ରୁ ଯୋଜନା କରିଥିଲା। ଏହା ଏକ ରାଜନୈତିକ ହତ୍ୟାକାଣ୍ଡ। ପୂର୍ବରୁ ତୁର୍କୀର ତଦନ୍ତକାରୀ ଅଧିକାରୀମାନେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଦର୍ଶାଇଥିଲାବେଳେ ସାଉଦି ଆରବ ଅଗ୍ରାହ୍ୟ କରିଥିଲା। ତୁର୍କୀ ରାଷ୍ଟ୍ରପତି କହିଛନ୍ତି ଯେ ଏହି ହତ୍ୟାକାଣ୍ଡକୁ ରୂପ ଦେବା ପାଇଁ ସାଉଦି ଆରବରୁ ୧୫ ଜଣିଆ ଏକ ଦଳ ଅକ୍ଟୋବର ୨ରେ ଇସ୍ତାନବୁଲ ଆସିଥିଲା। ତୁର୍କୀର ତଦନ୍ତକାରୀ ଦଳ ପାଖରେ ଏନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ଜମାଲ ଆତ୍ମ ନିର୍ବାସନ ପୂର୍ବକ ଆମେରିକାରେ ରହିଆସୁଥିଲେ। ସେ ସାଉଦି ସରକାରଙ୍କ ବିରୋଧରେ ବିଭିନ୍ନ ଲେଖା ପ୍ରକାଶ କରିଆସୁଥିଲେ। ଜମାଲ ତୁର୍କୀରେ ରହୁଥିବା ନିଜ ବାନ୍ଧବୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥି ନିମନ୍ତେ ଆବଶ୍ୟକ ଅନୁମତି ଆଣିବା ଓ କାଗଜପତ୍ର କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସେ ଇସ୍ତାନବୁଲସ୍ଥିତ ସାଉଦି ଆରବ ଦୂତାବାସକୁ ଯାଇଥିଲେ। ଏହାପରଠାରୁ ସେ ନିଖୋଜ ଥିଲେ। ଆମେରିକାର ହସ୍ତକ୍ଷେପ ପରେ ଅକ୍ଟୋବର ୨୦ରେ ସାଉଦି ଆରବ ସାମ୍ବାଦିକ ଜମାଲ ଖାସୋଗିଙ୍କୁ ହତ୍ୟା କରାଯାଇଥିବା ସ୍ୱୀକାର କରିଥିଲା। ତାଙ୍କ ଶବର ଅଂଶ ସାଉଦି ଆରବ ରାଷ୍ଟ୍ରଦୂତଙ୍କ ଘର ବଗିଚାରୁ ମିଳିବା ପରେ ଏବେ ଘଟଣା ନୂଆ ମୋଡ଼ ନେଇଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories