www.samajalive.in
Monday, December 8, 2025
24.1 C
Bhubaneswar

ବରିଷ୍ଠ ନାଗରିକଙ୍କୁ କୋଟି ନମସ୍ୟ ଜଣାଇଲା ‘ନିୟୁ ନାରାୟଣ ମାର୍କେଟ’ ପୂଜା କମିଟି

ସାରନଗରୀ: ସାରନଗରୀସ୍ଥିତ ନିୟୁ ନାରାୟଣ ମାର୍କେଟ ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ଲକ୍ଷ୍ମୀ ପୂଜା ଅବସରରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା ସଭା ପୂଜା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିଥି ଭାବେ ବିଦ୍ୟା ଷ୍ଟଡି ପଏଣ୍ଟର ନିର୍ଦ୍ଦେଶକ ସରୋଜ ବେହେରା ଯୋଗ ଦେଇଥିଲେ। ବରିଷ୍ଠ ନାଗରିକ ଦେଶର ସମ୍ପତି। ସେମାନଙ୍କୁ ଅବହେଳା କରିବା ପରିବର୍ତ୍ତେ ସେମାନଙ୍କର ଅଭିଜ୍ଞତାକୁ ପୁଞ୍ଜି କରି ଆଗେଇ ଚାଲିଲେ ସଫଳ ହେବେ ବୋଲି କହିଥିଲେ। ଦୁଇ ଜଣ ବରିଷ୍ଠ ନାଗରିକ ଭାସ୍କର ସାହାଣୀ ଓ ଦୁଃଶାସନ ନାୟକଙ୍କୁ ପୂଜା କମିଟି ପକ୍ଷରୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲ। ଏହି କାର୍ଯ୍ୟକ୍ରମରେ ପୂଜା କମିଟିର ବିପିନ ଲେଙ୍କା, ମିନୟ ମହାନ୍ତି, ସାଗର ବିଶ୍ୱାଳ, ପ୍ରଣୟ ପଟ୍ଟନାୟକ, ବିକ୍ରମ ଲେଙ୍କା, ଦେବଦତ ବିଶ୍ୱାଳ, ମୃତ୍ୟୁଞ୍ଜୟ ଲେଙ୍କା, ରାମ ଚନ୍ଦ୍ର ମହାନ୍ତି, ଶଶାଙ୍କ ମହାରଣା, ବନମାଳୀ ଗୌଡ଼, ଶାଶ୍ୱତ ବିଶ୍ୱାଳ, ଶୁଭ୍ରାଂଶୁ କରଙ୍କ ସମେତ ବୁଦ୍ଧିଜୀବୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories