www.samajalive.in
Tuesday, December 9, 2025
16.1 C
Bhubaneswar

ଆଜିଠୁ ୟୁଜି ପାଠପଢ଼ା : ୨ୟ ପର୍ଯ୍ୟାୟ ନାମଲେଖା ପାଇଁ କରିହେବ ଆବେଦନ

ଭୁବ‌େ‌ନଶ୍ବର : ୨୦୨୨-୨୩ ଶିକ୍ଷାବର୍ଷରେ ନାମ ଲେଖାଇଥିବା ଯୁକ୍ତ ୩ (ୟୁଜି) ଛାତ୍ରଛାତ୍ରୀଙ୍କ ପାଠପଢ଼ା ଗୁରୁବାରଠାରୁ ଆରମ୍ଭ ହେବ। ସେହିପରି ସ୍ନାତକୋତ୍ତର (ପିଜି) ପାଠପଢ଼ା ୧୭ ତାରିଖରୁ ଆରମ୍ଭ ହେବ। ୟୁଜି ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଗୁରୁବାର ଠାରୁ କ୍ଲାସ କରିବେ। ଅନ୍ୟପକ୍ଷରେ +୩ରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ମିଳିଛି। ଖାଲିଥିବା ଆସନରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ହେବ। ଗୁରୁବାର ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲରେ ଫର୍ମ ଉପଲବ୍ଧ ହେବ। ୧୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ୨୭ ତାରିଖ ଅପରାହ୍ଣ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୮, ୨୯ ଏବଂ ୩୧ ତାରିଖ ସନ୍ଧ୍ୟା ୫ଟାରେ ଭିତରେ ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ। ସେହିଭଳି ନଭେମ୍ବର ୭ ତାରିଖ ଅପରାହ୍ଣ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ୯ ରୁ ୧୧ ତାରିଖ ସନ୍ଧ୍ୟା ୫ଟାରେ ଏହି ମନୋନୀତ ଛାତ୍ରଛାତ୍ରୀ ନାମ ଲେଖାଇବେ। ସୂଚନା ଅନୁସାରେ, ରାଜ୍ୟରେ ୧,୦୨୩ ଡିଗ୍ରୀ କଲେଜରେ ମୋଟ ୨,୫୨,୦୧୩ ସିଟ୍ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧,୬୧,୧୭୯ଜଣ ନାମ ଲେଖାଇ ସାରିଛନ୍ତି। ଏବେ ୯୦,୮୩୪ ସିଟ୍ ବଳକା ପଡ଼ିଛି। ଏଥି ମଧ୍ୟରେ କଳାରେ ୪୦,୦୧୪ ସିଟ୍ ଖାଲି ପଡ଼ିଥିବା ବେଳେ ଫିଜିକାଲ ସାଇନ୍ସରେ ୨୦,୮୪୫, ବାୟୋଲୋଜିକାଲ ସାଇନ୍ସରେ ୧୦,୮୬୩, ବାଣିଜ୍ୟରେ ୧୩,୭୦୪, ସେଲ୍‌ଫ ଫାଇନାନ୍ସିଂରେ ୬୯୮ ଏବଂ ସଂସ୍କୃତରେ ୪,୭୧୦ ସିଟ୍ ଖାଲି ପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories