www.samajalive.in
Tuesday, December 9, 2025
16.1 C
Bhubaneswar

ରେଳ କର୍ମଚାରୀମାନଙ୍କୁ ଦୀପାବଳି ଭେଟି, ମିଳିବ ୭୮ ଦିନର ବୋନସ୍‍

ଡେସ୍କ: କେନ୍ଦ୍ର ସରକାର ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ ଦେବା ବିଷୟ ଆଜି ଘୋଷଣା କରିଛନ୍ତି। କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏହା ଘୋଷଣା କରିଛନ୍ତି। ଏଥିରେ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭, ୯୫୧ ଟଙ୍କା ପର୍ଯ୍ୟନ୍ତ ବୋନସ ମିଳିବ।

ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଳ କର୍ମଚାରୀମାନଙ୍କୁ ୭୮ଦିନର ଉତ୍ପାଦନ ଆଧାରିତ ବୋନସ୍‍ ପ୍ରଦାନକୁ ଅନୁମୋଦନ କରିଥିଲେ। ରେଳ ବିଭାଗର ସମସ୍ତ ଯୋଗ୍ୟ ଅଣଗେଜେଟେଡ୍‍ କର୍ମଚାରୀ ଏହି ବୋନସ୍‍ ପାଇବେ। ଏହି ନିଷ୍ପତ୍ତି ଫଳରେ ପ୍ରାୟ ୧୧ ଲକ୍ଷ ୨୭ ହଜାର କର୍ମଚାରୀ ଉପକୃତ ହେବେ।

- Advertisement -

ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି ଯାତ୍ରୀ ଓ ସାମଗ୍ରୀ ପରିବହନ କ୍ଷେତ୍ରରେ ରେଳ କର୍ମଚାରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଛନ୍ତି। ଏହି ୭୮ଦିନର ବୋନସ୍‍ ପ୍ରଦାନ ଯୋଗୁଁ ରେଳବାଇ ଉପରେ ୧ ହଜାର ୮୩୨କୋଟି ଟଙ୍କାର ବୋଝ ପଡ଼ିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories