www.samajalive.in
Tuesday, December 9, 2025
16.1 C
Bhubaneswar

ନାବାଳିକା ଅପହରଣ ଘଟଣା; ଅଭିଯୁକ୍ତକୁ ସୁଧାର ଗୃହକୁ ପଠାଗଲା

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ ହଳନଭଟା ଗ୍ରାମରେ ଜଣେ ନାବାଳିକାଙ୍କୁ ଗୁରଜୀଭଟା ଗାଁର ଜନୈକ ନାବାଳକ ଅପହରଣ କରିଥିବା ଝିଅର ବାପା ତୁରେକେଲା ଥାନାରେ ଗତ ୭ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ତୁରେକେଲା ଥାନାରେ ଏକ କେଶ ନଂ ୧୮୩/୭/୧୦ରେ ମାମଲା ରୁଜୁ କରାଯାଇ ଏସ. ଆଇ ଦୀପକ ଡୁଙ୍ଗ ଡୁଙ୍ଗ ତଦନ୍ତ ଆରମ୍ଭ କରିଥିଲେ।

ପ୍ରାପ୍ତ ସୂଚନା ଅନୁଯାୟୀ, ହଳନଭଟା ଗ୍ରାମର ୧୬ ବର୍ଷୀୟା ନାବାଳିକାଙ୍କୁ ଗୁରଜିଭଟା ଗ୍ରାମର ୧୭ବର୍ଷୀୟ ନାବାଳକ ପୁଅ ଅପହରଣ କରି ଛତିଶଗଡ ବାଗବେହେରା ଥାନା ଫୁଲ ବାରିପାରା ଗ୍ରାମକୁ ନେଇଥିଲା । ଏସ.ଆଇ ଡୁଙ୍ଗ ଡୁଙ୍ଗ ମାମଲାର ତଦନ୍ତ କରି ନିଖୋଜ ଥିବା ନାବାଳିକାଙ୍କୁ ଗତ ୮ ତାରିଖ ସକାଳେ ଛତିଶଗଡର ବାଗ ବାହାରା ଥାନା ବାରିପାରା ଗ୍ରାମରୁ ଉଦ୍ଧାର କରିବା ପରେ ତୁରେକେଲା ଅଣାଯାଇ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପୀଡିତାଙ୍କୁ ମାନ୍ୟବର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କୋର୍ଟ କଣ୍ଟାବାଞ୍ଜିରେ ହାଜର କରାଇ ତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ତାଙ୍କ ବୟାନ ଆଧାରରେ ସାମିଲ ଥିବା ଗୁର୍ଜିଭଟା ଗ୍ରାମର ନାବାଳକକୁ ଅଟକ ରଖାଯାଇଥିଲା ଓ ତାଙ୍କୁ ମାନ୍ୟବର ପିଏମଜେଜେବିଙ୍କ କୋର୍ଟ ବଲାଙ୍ଗିରରେ ହଜାର କରାଗଲା । ମାନ୍ୟବର ଅଦାଲତ ଅଭିଯୁକ୍ତକୁ ରାଉରକେଲା ସ୍ଥିତ ସୁଧାର ଗୃହକୁ ପଠାଇ ଦେଇଥିଵା ଥାନା ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories