ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଚମ୍ପାଝର ଫୋରେଷ୍ଟ ବିଟ ଅନ୍ତର୍ଗତ ଡଙ୍ଗାଡ଼ିହା ଗ୍ରାମ ମଙ୍ଗଲକଚା ଜଙ୍ଗଲ କଡରେ ସୋମବାର ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଖବର ପାଇ ଠାକୁରମୁଣ୍ଡା ବନବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମୃତ ଦନ୍ତା ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି। ଶିକାରୀ ମାନଙ୍କ ଦ୍ୱାରା ହାତୀକୁ ବିଷ କିମ୍ବା ଗୁଳି କରି ମାରିଦେଇଥିବାର ସନ୍ଦେହ କରାଯାଉଛି। ହାତୀର ମୃତ୍ୟୁ କାରଣ ସ୍ପଷ୍ଟ ହୋଈ ନଥିବା ବେଳେ କେବେ ମୃତ୍ୟୁ ଘଟିଛି ଓ ମୃତ୍ୟୁ ର କାରଣ ବ୍ୟବଚ୍ଛେଦ ପରେ ଜଣା ପଡିବ ବୋଲି ବନବିଭାଗ କହିଛି।ଘଟଣାସ୍ଥଳ କୁ କରଞ୍ଜିଆ ଡିଏଫଓ,ଏସିଏଫ,ଠାକୁରମୁଣ୍ଡା ରେଞ୍ଜ ଅଧିକାରୀ, ଓ ଅନ୍ୟ ବନ କର୍ମଚାରୀ ମାନେ ଘଟଣା ସ୍ଥଳ ରେ ରହି ଅନୁସନ୍ଧାନ ଜାରି ରଖିଛନ୍ତି।
Popular Categories



