www.samajalive.in
Wednesday, December 10, 2025
26.1 C
Bhubaneswar

ମୋ ପାଠଶାଳା ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ

ଗୁରୁଡିଝାଟିଆ : ପୂଣ୍ୟାତ୍ମା ଉତ୍କଳମଣି ସେବା ତିତିକ୍ଷା ଓ ନିସ୍ୱାର୍ଥପର କର୍ମଯୋଗୀ ଥିଲେ। ଅଭାବୀ ମଣିଷ ପାଇଁ ତାଙ୍କ ହୃଦୟ କାନ୍ଦି ଉଠୁଥିଲା । ନିଜେ ନଖାଇ ଅନ୍ୟ ପେଟର ଭୋକକୁ ବୁଝିପାରୁଥିଲେ। ସେଥିପାଇଁ ସରକାରଙ୍କ ଗଣ୍ଡାଗଣ୍ଡା ଯୋଜନା ଥିଲେ ମଧ୍ୟ ବଢି ମରୁଡି ଓ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଓଡିଆଙ୍କ ହୃଦୟକୁ ଭାସି ଆସନ୍ତି ପଣ୍ଡିତ ଗୋପବନ୍ଧୁ ଦାସ । ସମାଜ ଖବର କାଗଜ ମାଧ୍ୟମରେ ପରାଧିନ ଉତ୍କଳର ଦୁସ୍ଥିତି ଓ ଅଭାବ ଅନାଟନ ଇଂରେଜ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଦେଶପ୍ରୀତିର ବହ୍ନି ପ୍ରଜ୍ୱଳିତ କରୁଥିଲେ ବୋଲି କୁମାରପୁର ଓ ପଦାଗାଁ ଠାରେ ଥିବା ମୋ ପାଠଶାଳା ପକ୍ଷରୁ ଆୟୋଜିତ ଗୋପବନ୍ଧୁ ଜୟନ୍ତୀରେ ବରିଷ୍ଠ ଶିକ୍ଷକ ସରୋଜ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ମତପ୍ରକାଶ କରିବା ସହ ବିଦ୍ୟାର୍ଥୀମାନେ ସ୍ୱାର୍ଥ ତ୍ୟାଗ କରି ଦେଶ ଗଠନରେ ନିଜକୁ ନିୟୋଜିତ କରିବା ପାଇଁ କହିଥିଲେ। ମୋ ପାଠଶାଳାର ଶିକ୍ଷକ ବଳରାମ ମାଝି, ସୌଭାଗ୍ୟ ମିଶ୍ର, ସସ୍ମୀତା ସ୍ୱାଇଁ, ସସ୍ମୀତା ନାୟକ, କାହ୍ନୁଚରଣ ନାୟକ, ପ୍ରତାପ କୁମାର ରାଉତ, ଶିବରାମ ରାଉତ ଓ ନିରଞ୍ଜନ ବେହେରା ପ୍ରମୁଖ ଉତ୍କଳମଣିଙ୍କ ତ୍ୟାଗପୂତ୍ତ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ।

Hot this week

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

Related Articles

Popular Categories