www.samajalive.in
Saturday, December 6, 2025
26.1 C
Bhubaneswar

ଲାଞ୍ଜିଗଡରେ ରାବଣ ପୋଡି ସହ ଦୁର୍ଗାପୁଜା ସମ୍ପନ୍ନ

ଲାଞ୍ଜିଗଡ : ଦେବୀ ଦୁର୍ଗାଙ୍କ ଆବାହନରେ ଧରାପୃଷ୍ଠ ଉତ୍ସବ ମୁଖର ହୋଇପଡିଥିବା ବେଳେ ମାଁଙ୍କ ବିସର୍ଜନ ପରେ ସବୁ ନିରବ ହୋଇଯାଇଛି । ଏ ବର୍ଷ ଲାଞ୍ଜିଗଡରେ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଥିବା ବେଳେ ଦଶହରା ଦିନ ଲାଞ୍ଜିଗଡ ହାଇସ୍କୁଲ ପଡିଆ ଠାରେ ରାବଣ ପୋଡି ମଧ୍ୟ ସମ୍ପନ୍ନ ହୋଇଛି । ଏ ବର୍ଷ ଲାଞ୍ଜିଗଡ ଦୁର୍ଗାପୁଜା ୬୦ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ପୁଜାକୁ ଆକର୍ଷଣୀୟ ଓ ଉତ୍ସବ ମୁଖର କରିବା ପାଇଁ ପୁଜା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ । ଲାଞ୍ଜିଗଡ ସହରର କାରୁକାର୍ଯ୍ୟ ପୁର୍ଣ୍ଣ ମୂର୍ତ୍ତି ଓ ମେଢ ମୁଖ୍ୟ ଆକର୍ଷଣ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହୁଥିଲା ।
ଲାଞ୍ଜିଗଡ ହାଇସ୍କୁଲ ପଡିଆରେ ଆୟୋଜିତ ହୋଇଥିବା ରାବଣ ପୋଡି ଲାଞ୍ଜିଗଡ ଯୁବକ ସଂଘର ତତ୍ୱାବଧାନରେ ହୋଇଥିବା ବେଳେ ରାମ, ଲକ୍ଷ୍ମଣ ଓ ବାନରସେନା ସମସ୍ତେ ସହର ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା,ବେଦାନ୍ତ ଡେପୁଟି ସିଓଓ ଗୋବିନ୍ଦ ଗୋପାଲ ପାଲ,ସୁରକ୍ଷା ବିଭାଗ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେ,ଅର୍ଥବିଭାଗ ମୁଖ୍ୟ ବିକାଶ ବିନାନି,ଡେପୁଟି ଅର୍ଥ ବିଭାଗ ମୁଖ୍ୟ ଶିବଶଙ୍କର ପ୍ରମୁଖ ରାବଣ ଦହନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପରେ ମାଁଙ୍କ ଘଟକୁ ଗାଁ ପୋଖରୀରେ ବିସର୍ଜନ କରାଯାଇଥିଲା । ୫ଦିନ ଧରି ଚାଲିଥିବା ମାଁଙ୍କ ପୂଜାକୁ ପରିଚାଳନା କରିବା ପାଇଁ ପୂଜା କମିଟିର ସଭାପତି ସୁମନ୍ତ ଦଳବେହେରା, ସମ୍ପାଦକ ଜୟନ୍ତ ମହାଖୂଡ, କୋଷାଧ୍ୟକ୍ଷ କିଶୋର ପେସନିଆ, ଉପଦେଷ୍ଟା କମିଟିର ଚନ୍ଦ୍ରଧ୍ୱଜ ପେସନିଆ, କାମରାଜ ଦଳବେହେରା,ଅଶୋକ ପଟ୍ଟନାୟକ,ରାଜେନ୍ଦ୍ର ପ୍ରତାପ ସିଂଦେଓ,ଏମ୍‌.ଚନ୍ଦ୍ରଶେଖର, ଶ୍ରୀମୁଖ ଅଗସ୍ତି,ଲାଞ୍ଜିଗଡ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ ଓ ସମ୍ପାଦକ ଭୁପେନ୍ଦ୍ର ମହାରଥା ପ୍ରମୁଖ ସହଯୋଗ କରିଥିଲେ । ଲାଞ୍ଜିଗଡରେ ଦେଖ  ଣାହାରୀଙ୍କ ମନୋରଞ୍ଜନ ପାଇଁ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ମେଲୋଡି,ନାଟକ,ନୃତ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା । ସେହିପରି ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁର, ରାମଚନ୍ଦ୍ରପୁର ଠାରେ ମଧ୍ୟ ଦୁର୍ଗାପୁଜା ସମ୍ପନ୍ନ ହୋଇଯାଇଛି ।

Hot this week

ବିଜେପିରେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories