www.samajalive.in
Monday, December 8, 2025
27.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ନବନିଯୁକ୍ତ ସିଡିଏସ୍ ଜେନେରାଲ ଅନୀଲ ଚୌହାନଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା..

ଅଭିନେତା ପଙ୍କଜ ତ୍ରିପାଠୀ ନିର୍ବାଚନ ଆୟୋଗର ଜାତୀୟ ଆଇକନ୍‌..

- Advertisement -

ଦକ୍ଷିଣ ପୂର୍ବ କୋଲକାତାରେ ଅଖିଳ ଭାରତୀୟ ହିନ୍ଦୁ ମହାସଭା ଦ୍ବାରା ଆୟୋଜିତ ଏକ ଦୁର୍ଗା ପୂଜା ପେଣ୍ଡାଲରେ ମହିଷାସୁର ସ୍ଥାନରେ ଅବିକଳ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପରି ଦେଖାଯାଉଥିବା ପ୍ରତିମୂର୍ତ୍ତିକୁ ନେଇ ବିବାଦ ଘନେଇଛି.. ଏହାକୁ ନେଇ ଅଖିଳ ଭାରତୀୟ ହିନ୍ଦୁ ମହାସଭା ବିରୋଧରେ ପୁଲିସରେ ଅଭିଯୋଗ କରାଯାଇଛି.. ବିବାଦ ଘନେଇବା ପରେ କରାଗଲା ପରିବର୍ତ୍ତନ

ବାଜିଲା ଉପନିର୍ବାଚନ ବିଗୁଲ… ଧାମନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି… ଆସନ୍ତା ନଭେମ୍ବର ୩ ତାରିଖରେ ହେବ ଉପନିର୍ବାଚନ… ୭ ତାରିଖରେ ଭୋଟ୍‌ ଗଣତି ସହ ଫଳାଫଳ ପ୍ରକାଶ… ଅକ୍ଟୋବର ୧୪ ସୁଦ୍ଧା ଶେଷ ହେବ ପ୍ରାର୍ଥିପତ୍ର ଦାଖଲ …

ଲଘୁଚାପ ବର୍ଷାରେ ଭିଜିବ ଓଡ଼ିଶା… ଫିକା ପଡ଼ିବ ଦଶହରା… ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର… ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ସମ୍ଭାବନା… ସୂଚନା ଦେଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର….

ଆଖି ବୁଜିଲା ଦନ୍ତା ହାତୀ… ​‌ବେତନଟୀ ରେଞ୍ଜ ମଶିଣାକାଠି ଜଙ୍ଗଲରେ ଠାବ ଦନ୍ତା ହାତୀର ମୃତ୍ୟୁ… ଗୋଡ଼ରେ କ୍ଷତ ହୋଇଥିବାରୁ ଗତକାଲି ହୋଇଥିଲା ଚିକିତ୍ସା… ଅପରେସନରେ ହାତୀ ସୁସ୍ଥ ଥିବା ପୂର୍ବରୁ ସୂଚନା ଦେଇଥିଲା ବନବିଭାଗ… ହେଲେ ଏଯାଏଁ ଜଣାପଡ଼ିନି ହାତୀର ମୃତ୍ୟୁର କାରଣ…

ସୀମା ଟପିଲା ଦାଦନ ନିର୍ଯାତନା… ଟଙ୍କା ମାଗିବାରୁ କାଟିଦେଲେ ଯୁବକଙ୍କ ଗୋଡ଼ ଓ ପାପୁଲି… ପେଟ ପାଇଁ ୟୁପିକୁ ଦାଦନ ଖଟିବାକୁ ଯାଇଥିଲେ ଯୁବକ…  ଥାନାରେ ଜଣାଇଲେ ପିଲାଛୁଆଙ୍କୁ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତି… ଗତପତି ଜିଲ୍ଲା ଅଡ଼ବା ଥାନା ଅଞ୍ଚଳର ଘଟଣା…

ମା’ଙ୍କ ଆରାଧନାରେ କମ୍ପୁଛି ପରିବେଶ… ଧରାବତରଣ କରିଛନ୍ତି ମା’ ଜଗତଜନନୀ… ଆଜି ପବିତ୍ର ମହାଷ୍ଟମୀ… ପୂଜା ମଣ୍ଡପରେ ଲାଗୁଛି ଶ୍ରଦ୍ଧାଳୁଙ୍କ ଭିଡ଼… ରାଜଧାନୀର ଛକଛକରେ ଦେଖିବାକୁ ମିଳୁଛି ସୁନ୍ଦର ତୋରଣ ସାଙ୍ଗକୁ ଆଲୋକମାଳା… ଗାଁଠୁ ସହର ଯାଏଁ ସବୁଠି ଉତ୍ସାହର ମାହଲ…

ଦୁର୍ଗାପୂଜା ମଣ୍ଡପରେ ଅଗ୍ନିକାଣ୍ଡ… ଜୀବନ୍ତ ଜଳିଗଲେ ୩ଜଣ… କିଛି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି… ଉତ୍ତର ପ୍ରଦେଶର ଭଦୋହିରେ ଘଟିଛି ଏହି ଅଭାବନୀୟ ଘଟଣା… ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ୨ଜଶ ଶିଶୁ ରହିଥିବା ସୂଚନା… ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ… ଘଟଣାସ୍ଥଳରେ ପୁଲିସ କରୁଛି ଛାନଭିନ୍‌…

କାନ୍ଥ ଭାଙ୍ଗି ଲୁଟିନେଲେ ଏଟିଏମ୍‌… ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ବରପଦା ଛକରେ ଏଟିଏମ୍‌ ଲୁଟ୍‌ ଅଭିଯୋଗ… କେତେ ଟଙ୍କା ଲୁଟ୍‌ ହୋଇଛି ଜଣାପଡ଼ିନାହିଁ… ଘଟଣାସ୍ଥଳରେ ପୁଲିସ ପହଞ୍ଚି କରୁଛି ତଦନ୍ତ…

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories